ହେଡଲାଇନସ୍:

ଜମୁନାପାଲି ଗାଁ ରେ ପାରମ୍ପାରିକ ବିହନ ଓ ଖାଦ୍ୟ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶତାଧିକ ଦେଶୀ ବିହନ ପ୍ରଦର୍ଶିତ, ଦେଶୀ ବିହନ ବାଣ୍ଟିଲେ ଚାଷୀ

ଖପ୍ରାଖୋଲ ୧୨/୩(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଜମୁନାପାଲି ଗାଁ ଆମ୍ବ ବଗିଚା ଠାରେ ଆର ସି ଡି ସି ଓ ଖାଦ୍ୟ ସୁରକ୍ଷା ମହାସଂଘ ର ମିଳିତ ଉଦ୍ୟମରେ ବୁଧବାର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିହନ ରଥ ଓ ବିହନ କଳସ ଶୋଭାଯାତ୍ରା ଶତାଧିକ ମହିଳା ପୁରୁଷ ଙ୍କ ଦ୍ଵାରା ଗାଁ ପରିକ୍ରମା କରିବା ପରେ ସଭା ସ୍ଥଳରେ ପହଞ୍ଚି ଥିଲେ। ଏହି ଅବସରରେ ଦେବରାଜ ଭୁଏ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥି ରୂପେ ବ୍ଲକ୍ ଉପାଧ୍ୟକ୍ଷ ସୁଖିରାମ୍ ସାଣ୍ଡ , ସମ୍ମାନୀତ ଅତିଥି ରୂପେ ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର, ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମ୍ ଆବାହକ କୁଳମଣି ସାହୁ, ଆର ସି ଡ଼ି ସି ଜିଲ୍ଲା ସଂଯୋଜକ ଶମ୍ଭୁ ସାହୁ,ଶ୍ରୀ ଅନ୍ନ ଅଭିଯାନ ବ୍ଲକ୍ ସଂଯୋଜକ ଉମେଶ କୁମାର ଗୁପ୍ତା, ଏଫ୍ ଇ ଏସ ମାଷ୍ଟର ଟ୍ରେନର ଡ ଅଭୟ ତ୍ରିପାଠୀ, ଦେଶୀ ବିହନ ବିଶେଷଜ୍ଞ ସୁଦର୍ଶନ ସାହୁ, ବାବା ରତ୍ନମଣି ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମେ ବିହନ ଦେବତା ର ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ମାନେ ପାରମ୍ପରିକ ଦେଶୀ ବିହନ, ଦେଶୀ ଖାଦ୍ୟ ର ସୁରକ୍ଷା ସହିତ ପାରମ୍ପାରିକ କୃଷି ଉପରେ ଗୁରୁତ୍ବ ଦେବାକୁ ଆହ୍ଵାନ ଦେଇଥିଲେ। ଶହ ଶହ ବର୍ଷ ଧରି ବିନା ରାସାୟନିକ ସାର, କୀଟନାଶକ ପ୍ରୟୋଗ ରେ ଚାଷ ହୋଇଆସୁଥିବା ବେଳେ ଅଧିକ ଅମଳ ଅଧିକ ଲାଭ ଲୋଭରେ ଚାଷୀ ପଡି କ୍ଷତି ସହୁଥିବା କହିଥିଲେ। ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଦ୍ଵାରା ମାଟି, ପାଣି, ପବନ ଓ ପରିବେଶ ନଷ୍ଟ ହେଉଥିବାରୁ ବିଭିନ୍ନ ରୋଗ ହେଉଥିବା କହିଥିଲେ। ପରେ ଶତାଧିକ ପ୍ରକାର ର ବିଭିନ୍ନ ଦେଶୀ ବିହନ ପ୍ରଦର୍ଶିତ ହୋଇଥିଲା। ସେହିପରି ମହିଳା ଚାଷୀ ମାନେ ନିଜ ସଂରକ୍ଷିତ ଦେଶୀ ବିହନ କୁ ଅନ୍ୟ ମାନଙ୍କୁ ବାଣ୍ଟିବା ସହ ବିହନ ମିତ ହୋଇଥିଲେ। ବର୍ଷ ବର୍ଷ ଧରି ଦେଶୀ ବିହନ ସଂରକ୍ଷଣ କରି ରଖିଥିବା ରାୟଗଡ଼ା ର ପ୍ରମିଳା କିମ୍ବିକା, ରଞ୍ଜିତା ବିଷ୍କା, ସାପମୁଣ୍ଡ ଗାଁ ର ଗୁଣ ସାଗର ରାୟ, ଶାନ୍ତିଲତା ମାଝୀ, ଗୋଲାପି ବିଶି,ଭୋଜରାଜ୍ ମାଝୀ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହି ପରି ଗନ୍ଧମାର୍ଦ୍ଦନ ସୁରକ୍ଷା କର୍ମୀ ଟେକେନ୍ଦ୍ର ଜାଲ, ରାଜକୁମାର ସେଠ୍, ଚାଷୀ ନେତା ମଧୁସୂଦନ ସାହୁ, ଚୈତନ୍ୟ ପଧାନ,ଲକ୍ଷ୍ମୀଧର ନାୟକ, ବିପ୍ର ବିଶି ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault