ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କଳିଙ୍ଗା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ବୁଧୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ପରେ ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିକ୍ରମ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ତତପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରଫେସର ଡ.ମନୋଜ କୁମାର ପ୍ରଧାନ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା I ଛାତ୍ର ସଂସଦର ସାଧାରଣ ସମ୍ପାଦିକା ଆୟେଶା ସାହୁ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନା ରଖିଥିଲେ । ତତ୍ପରେ ଛାତ୍ର ସଂସଦର ଉପଦେଷ୍ଟା ତଥା ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସୁଶାନ୍ତ କୁମାର ରଣା ବିକଶିତ ଭାରତ ଗଢିବାରେ ଭବିଷ୍ୟତ ଶିକ୍ଷକମାନଙ୍କର ଭୂମିକା କିପରି ହେବା ଦରକାର ସେ ସମ୍ପର୍କରେ ଆଲୋଚନା କରିଥିଲେ I ସଭାରେ ମୁଖ୍ୟଅତିଥି ଭାବରେ ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.ବୃନ୍ଦାବନ ଚନ୍ଦ୍ର ମିଶ୍ର ଯୋଗ ଦେଇ ସେ ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସମ୍ମାନିତ ଅତିଥିଭାବେ କଳିଙ୍ଗା ବି.ଏଡ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜୟନ୍ଦ୍ର ନାଥ ସ୍ୱାଇଁ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡ.ନଳିନୀ କୁମାର ପାଣିଗ୍ରାହୀ ଛାତ୍ର ଶିକ୍ଷକ ସମାଜ ଉପରେ ଆଲୋଚନା କରିଥିଲେ I ମହା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ମନୋଜ କୁମାର ପ୍ରଧାନ ଆଜିର ଏହି ବାର୍ଷିକ ଉତ୍ସବ ଉପରେ ବିସ୍ତୃତ ଆଲୋଚନା କରିଥିଲେ ତତ୍ ସହିତ ଏକ ସୁନ୍ଦର ପୃଥିବୀ ଗଠନରେ ଶିକ୍ଷକ ତଥା ଛାତ୍ର ମାନଙ୍କର ଭୂମିକା ସଂମ୍ପର୍କରେ ଡ. ପ୍ରଧାନ କହିଥିଲେ I ଛାତ୍ର ସଂସଦର ସଭାପତି ରତନ ସରକାର ଛାତ୍ର ସଂସଦ ଉପରେ ବିସ୍ତୃତ ମତବ୍ୟକ୍ତ କରିଥିଲେ Iଏହି ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଥିଲା I ଏହି ବାର୍ଷିକ ଉତ୍ସବରେ ଡ.ଦୀପକ୍ କୁମାର ମହାନ୍ତି, ସୁବ୍ରତ କୁମାର ପାଢ଼ୀ, ମୋନାଲିସା ନାୟକ, ସୌମ୍ୟରଞ୍ଜନ ନାୟକ, ଭେଙ୍କେ ଟେସ ରେଡ୍ଡୀ, ଡ.ସଦାନନ୍ଦ ମେହେର, ବିଚିତ୍ର କୁମାର ବେହେରା, ଲକ୍ଷ୍ମୀପ୍ରିୟା ନାୟକ ତଥା ମହାବିଦ୍ୟାଳୟର ସମସ୍ତ ସହକର୍ମୀ ଏବଂ ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ର ସଂସଦ ଉପ-ସଭାପତି ବର୍ଷାରାଣୀ ଓଝା ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡ.ମନୋଜ କୁମାର ପ୍ରଧାନଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶୀତ ନାଟକ " ଅତୃପ୍ତ ଦେବତା" ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁନେଇ ଏକ ନାଟକ ମଞ୍ଚସ୍ଥ ହେଉଥିଲା ତତ୍ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ
କଳିଙ୍ଗା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
- Hits: 7