ହେଡଲାଇନସ୍:

ମୃତ ଗୟଳର ଭିଡିଓ ଉତ୍ତୋଳନକୁ ବାରଣ : ମହିଳା ଦିବସରେ ମହିଳା ବନପାଳଙ୍କୁ ଟଣା ଓଟରା, ଧକ୍କାମୁଖି ମାରିବା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ପାଖ ଚେମେଡି ଗାଆଁ ନିକଟ ଘରୋଇ ପଡ଼ିଆ ଜମିରେ ମରି ପଡ଼ିଥିବା ଏକ ଗୟଳର ମୃତ ଶରିରର ବନ କର୍ମଚାରୀଙ୍କ ଉପସ୍ଥିତିରେ ବ୍ୟବଛେଦ ଆରମ୍ଭ ବେଳେକୁ ଜଣେ ବ୍ୟକ୍ତି ଭିଡିଓ ଫଟୋ ଉତ୍ତୋଳନ କରିବାକୁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜମି ମାଲିକ ଅବସରପ୍ରାପ୍ତ ଡ଼ାକ କର୍ମଚାରୀ ପ୍ରସନ୍ନ କୁମାର ପୃଷ୍ଟି ପ୍ରଥମେ ବନାଞ୍ଚଳ ଅଧିକାରୀଙ୍କ ଉପରକୁ ଚିହିଁକି ଆସିଥିଲେ । ତାଙ୍କୁ ସୁରକ୍ଷା ଦେବାକୁ ଯାଇ ବନପାଳ ସରିତା ବରାଳ ଏହାକୁ ପ୍ରତିରୋଧ କରିବାରୁ ଜମି ମାଲିକ ପ୍ରସନ୍ନ ପୃଷ୍ଟି ମହିଳା ବନପାଳଙ୍କୁ ଆନ୍ତର୍ଜାତିୟ ମହିଳା ଦିବସରେ ଟଣାଓଟରା କରି ଧକ୍କା ମୁଖି ମାରିଥିବା ବେଳେ ବନରଖି ସୈମ୍ୟରଞ୍ଜନ ଦଳେଇ ଏହାକୁ ଜଗିବାରୁ ବନପାଳଙ୍କୁ ଛାଡ଼ି ତାଙ୍କୁ ଭିଡାଘୋଷରା କରିବାରେ ତାଙ୍କ ସାଟ ବଟମ ଛିଡିଯାଇଛି । ଏଣୁ ବନ କର୍ମଚାରୀ ଓଡ଼ଗାଁ ପୋଲିସଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ମୃତ ଗୟଳଟିର
ବ୍ୟବଛେଦ କରି କିଛି ଦୁରରେ ପୋତିଦିଆ ଯାଇଥିଲା । ତେବେ ବ୍ୟବଛେଦକୁ ବିରୋଧ କରୁଥିବା ବ୍ୟକ୍ତି ପାଟିତୁଣ୍ଡ କରିଥିଲେ । ଏବଂ ବହୁବାର ଜୀବନରେ ମାରିଦେବାକୁ ଧମକ ଦେଉଥିଲେ । ଏହି ସମୟରେ ଜିଲ୍ଲା ବନ ସଂରକ୍ଷକ ହିମାଂଶୁ ଶେଖର ମୁଦୁଲି ତାଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ହୋଇପାରି ନଥିଲା । ଖବରପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୟଳର ଶବ ବ୍ୟବଚ୍ଛେଦ କରି ସେଠାରୁ ଅଳ୍ପ ଦୂରରେ ପୋତି ଦିଆଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ଜଙ୍ଗଲରୁ ଶାଳ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଗଛକାଟି ସଫା କରିଦେବୁ । ଏବଂ ବର୍ତ୍ତମାନ ଠାରୁ ଜଙ୍ଗଲରୁ ବାଲି ଏବଂ ପଥର ଚାଲାଣ କରାଯିବ । ବନବିଭାଗ ରୋକିବାକୁ ଚେଷ୍ଟାକଲେ ସେମାନଙ୍କୁ ଜୀବନରେ ମାରିଦେବୁ ବୋଲି ବାର ବାର ଧମକ ଦେଇଥିଲେ । ସୂଚନା ଥାଉକି ଜଙ୍ଗଲ ମାଫିଆ ମାନଙ୍କ ଦ୍ଵାରା ଜଙ୍ଗଲରୁ ମୂଲ୍ୟବାନ କାଠ, ପଥର, ବାଲି ଚୋରାଚାଲାଣ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏପରି ଘଟଣାଟି ମାଫିଆମାନଙ୍କ ଦ୍ବାରା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଏ । କାରଣ ଖାଲିପଡ଼ିଥିବା ପଡ଼ିଆ ଜମିରେ ମରିପଡିଥିବା ଗୟଳ ଯୋଗୁଁ ଜଣେ ଅବସରପ୍ରାପ୍ତ ଡ଼ାକ କର୍ମଚାରୀ ଜମୀର କ୍ଷତିପୂରଣ ଦାବିକରିବା ଆଳରେ ସରକାରୀ କାର୍ଯ୍ୟରେ ବାଧାସୃଷ୍ଟି କରିବା ନେଇ ଓଡ଼ଗାଁ ଥାନାରେ ବନବିଭାଗ ପକ୍ଷରୁ ଅଭିଯୋଗ ହୋଇଛି ।

0
0
0
s2sdefault