ହେଡଲାଇନସ୍:

ସମାଜସେବୀ ରୋଜାଲିନ ହତ୍ୟା ଅଭିଯୁକ୍ତ ମହିଳା ଦିବସରେ ଅତିଥି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

     ୩୦୨ଦଫା ଲାଗିଥିବା ହତ୍ୟାକାରୀକୁ ବିଜେପି ନେତା ସୁରକ୍ଷା ଦେଉଛନ୍ତି:  ରୋଜାଲିନ ସାହୁଙ୍କ ମାଆ ରେବତୀ ସାହୁ  

 ହାଇକୋର୍ଟକୁ ପୋଲିସ ମିଛ ତଥ୍ୟ ଦେଇ ବାଟବଣା କରୁଛି ବୋଲି ଅଭିଯୋଗ।

କେନ୍ଦୁଝର,ତା୮/୨- ଆଜି ମହିଳା ଦିବସ ତେଣୁ କେନ୍ଦୁଝର ଜିଲ୍ଲାରେ ଅନେକ କାର୍ଯ୍ୟକ୍ରମ ହେଉଛି। କ୍ଷମତାରେ ଥିବା ବିଜେପି ପକ୍ଷରୁ ମାଆକୁ ସମ୍ମାନ ଦିଆଯାଉଛି ବୋଲି ବାରମ୍ବାର କୁହାଯାଉଛି। ତେଣୁ ଏହି ଦଳର ନେତାମାନେ ଆଜି ଦିନରେ ବିଭିନ୍ନ ସ୍ଥାନରେ ଅତିଥି ହୋଇ ମହିଳାଙ୍କ ପକ୍ଷ ନେଇ ଯୁକ୍ତି ରଖିଥିଲେ। ହେଲେ ଏହାର ଘୋର ବ୍ୟତିକ୍ରମ ଚମ୍ପୁଆ ଦେଖା ଯାଇଛି। ସେଠାରେ ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ସ୍ତରରେ ଫେଡରେଶନ ସୋସାଇଟି ଦ୍ଵାରା ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା। ତେଣୁ ଏଥିଲାଗି ହୋଇଥିବା ସଭାମଞ୍ଚରେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ସହ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ହେଲେ ସେହି ମଞ୍ଚରେ କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସମାଜସେବୀ ରୋଜାଲିନ ସାହୁର ହତ୍ୟା ଆରୋପୀ ରାଜ୍ୟ ବିଜେପି ଯୁବ ଉପସଭାପତି ପ୍ରକାଶ ମଲ୍ଲିକ ବସିଥିଲେ।

ଜଣେ ହତ୍ୟା ଆରୋପୀ ନାମରେ ୩୦୨ ନରହତ୍ୟା ପରି ସଙ୍ଗୀନ ଦଫା ଲାଗିଲା ପରେ ତାକୁ କିପରି ବିଜେପି ନେତାମାନେ ସୁରକ୍ଷା ଦେଉଛନ୍ତି ରୋଜାଲିନ ସାହୁଙ୍କ ମାଆ ରେବତୀ ସାହୁ କ୍ଷୋଭର ସହ କହିଛନ୍ତି। ସେ କହିଛନ୍ତି ଘଟଗାଁ ପୋଲିସ ହାଇକୋର୍ଟରେ ହତ୍ୟା ଆରୋପୀ ପ୍ରକାଶ ମଲ୍ଲିକର ଧଳା ସ୍କର୍ପିଓ ଜବତ କରିଛି ବୋଲି ଲିଖିତ ଦେଲା ପରେ ସେହି ଗାଡ଼ି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସି ଏବେ ଠିଆ ହେଉଛି। ପୋଲିସ ହତ୍ୟା ଦଫା ୩୦୨ ଉପରେ ତଦନ୍ତ ନକରି କୋର୍ଟକୁ ଚାର୍ଜସିଟ୍ ଦେଇ ନପାରି ନିନ୍ଦିତ ହୋଇଛି। ତେବେ ଯିଏ ଯେତେ ସୁରକ୍ଷା ଦେଲେ ମଧ୍ୟ ହତ୍ୟାକାରୀ ୩୦୨ କବଳରୁ ରକ୍ଷା ପାଇ ପାରିବେନି ନିଶ୍ଚିତ ଫାଶୀ ପାଇବେ ସେ କହିଛନ୍ତି। ଅପରାଧି ପ୍ରକାଶ ମଲ୍ଲିକ ତାଙ୍କର ଏକମାତ୍ର ଝିଅକୁ ସମାଜସେବୀ କହି ସ୍କର୍ପିଓ ଗାଡ଼ିରେ ବାଟରେ ମଦ ପିଇ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ଗାଡ଼ିରେ କେହି ପ୍ରଭାବଶାଳୀ ନେତା ଥିଲା , ତେଣୁ ଏହି ବାବଦରେ ବିଜେପି ନେତା ଓ ପୋଲିସ ସମ୍ପୂର୍ଣ୍ଣ ମୁହଁ ଲୁଚେଇ ଚୁପ୍ ରହୁଛନ୍ତି। ମହିଳା ଦିବସରେ ନିରୀହ ଝିଅର ହତ୍ୟାକାରୀକୁ ଅତିଥି କରିଥିବାରୁ ଉଦ୍ୟୋକ୍ତାଙ୍କ ହୀନ ଉଦ୍ୟମକୁ ରେବତୀ ନିନ୍ଦା କରିଛନ୍ତି। ତେବେ ଏହି ଘଟଣା ଉପରେ ସ୍ଥାନୀୟ ବିଜେପି ନେତାଙ୍କ ମତାମତ ଆସିନି।

0
0
0
s2sdefault