ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ସଦର ହସ୍ପିଟାଲ ପରିସର ର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇ ଯାଇଛି |
ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ତଥା ତାଲୁକ ଲିଗାଲ ସହାୟତା କମିଟି ର ଅଧକ୍ଷ୍ୟ ଶେଖ ମହମ୍ମଦ କଇସି ଯୋଗ ଦେଇ ଥିବା ବେଳେ ଅତିଥି ଭାବେ ସବ ଜର୍ଜ ସନ୍ତୋଷ କୁମାର ମହାପାତ୍ର ଏସ ଡି ଜେ ଏମ ବିଜୟଲଷ୍ମୀ ମହାପାତ୍ର ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଆଦର୍ଶ ଥାନା ଅଧିକାରୀ ଉତ୍ତମ ସାହୁ ସଦର ହସ୍ପିଟାଲ ର ଡାକ୍ତର ପ୍ରଦୀପ ପଣ୍ଡା ଆଇନଜୀବୀ ରମେଶ ଲିମା ଯୋଗ ଦେଇ ମହିଳା ଘରୋଇ ହିଂସା ଏବଂ କାର୍ଯ୍ୟାଳୟ ରେ ଅଶ୍ଳୀଳ ଇଙ୍ଗିତ ହିଂସା ଭଳି ବିଭିନ୍ନ ଆଇନ ଉପରେ ପ୍ରାଞ୍ଜଳ ଭାବ ରେ ବୁଝାଇ ଥିଲେ |
ଏହି କାର୍ଯ୍ୟକ୍ରମ ରେ ସଦର ହସ୍ପିଟାଲ ର ସମସ୍ତ ଡାକ୍ତର ଷ୍ଟାଫ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ରମେଶ ଲିମା ଦେଇ ଥିଲେ |