ହେଡଲାଇନସ୍:

ମହିଳା ଆଜିବି ଅବହେଳାର ଶିକାର, ସ୍ବାମୀ ୨ୟ ବିବାହ ପରେ ସଂଗୀତା ଚା ଦୋକାନ କରି ଚଳୁଛନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମହିଳା ଦିବସ ପାଳନ ହେଉଛି ହେଲେ ନ୍ୟାୟ କାହିଁ ?                 

କେନ୍ଦୁଝର,ତା୮/୩- ଆଜି ଆନ୍ତର୍ଜାତିକ ମହିଳା ଦିବସ ସାରା ବିଶ୍ୱରେ ଏହାକୁ ପାଳନ କରାଯାଉଛି। ହେଲେ ମହିଳା ସଚେତନ ହେଉଥିଲେ ମଧ୍ୟ କିଛି ଅଧିକାରୀ ଓ ପୋଲିସଙ୍କ ମୁଣ୍ଡରୁ ହୀନ ମାନସିକତା ଦୂର ହେଇ ନାହିଁ। ସେମାନଙ୍କ ଅସହଯୋଗ ଲାଗି ମହିଳା ମାନେ ନ୍ୟାୟ ପାଉ ନାହାଁନ୍ତି। ଏହି କଥା କେନ୍ଦୁଝର ସହର ହାତିଆଟାଙ୍ଗର କଲୋନୀ ଝିଅ ସଂଗୀତା ସାହୁ କ୍ଷେତ୍ରରେ ସତ୍ୟ ବୋଲି ପ୍ରମାଣିତ ହେଇଛି। ସଙ୍ଗୀତା ବୈଦିକ ରୀତିରେ ଯୋଡ଼ା, କମାରଯୋଡ଼ା ଗ୍ରାମର ଗଣେଶ ସାହାକୁ ବିବାହ କରିଥିଲେ ହେଲେ ସ୍ବାମୀ ପରକୀୟା ପ୍ରୀତିରେ ମାତି ଅନ୍ୟ ଜଣେ ଝିଅକୁ ମହାଦେବନେଶା ମନ୍ଦିରରେ ବିବାହ କରି ଘରକୁ ଆଣିଲା। ଏହାପରେ ସଙ୍ଗୀତକୁ ଘରୁ ମାରପିଟ୍ କରି ବାହାର କରିଦେଲା। ବିଚାରି ସଂଗୀତା ଯୋଡ଼ା ଥାନା ଯାଇ ଏତଲା ଦେଲେ ମଧ୍ୟ ପ୍ରଥମ ସ୍ତ୍ରୀ ଥାଉ ଥାଉ ୨ୟ ବିବାହ ଲାଗି ପୋଲିସ ବାବୁ ମାନେ ଗଣେଶକୁ ହାଜତରେ ପୁରେଇଲେ ନାହିଁ। ଗଣେଶ ମଧ୍ୟ ମଦ କୁକୁଡ଼ା ଲାଞ୍ଚ ଦେଉଛି ମୋର କିଏ କ'ଣ କରିବ ବାହାଦୂରୀ ମାରିଲା। ସଙ୍ଗୀତା ୬ ଥର କେନ୍ଦୁଝର ଜିଲ୍ଲାପାଳ ଓ ଏସପିଙ୍କୁ ଅଭିଯୋଗ ଶୁଣାଣିରେ ଭେଟି ଦରଖାସ୍ତ ଦେଇ ନିରାଶ ହେଲା। ଏପରିକି ମହିଳା କମିଶନ ଦୌଡ଼ି ଦୌଡ଼ି ନୟାନ୍ତ ହେଲା। ସବୁ ଘଟଣା ଶୁଣି ନୀରବ ରହିଲେ। କାରଣ ଗରିବ ଝିଅଙ୍କୁ ନ୍ୟାୟ ମିଳେନି ବୋଲି ସଙ୍ଗୀତା ହତାଶ ହୋଇ ଆତ୍ମହତ୍ୟା କରିବାକୁ ବାହାରି ଥିଲା। ତେବେ ନିଜ ଲୋକେ ବୁଝେଇବାରୁ ସଙ୍ଗୀତ ସ୍ବାମୀ ନାମରେ କୋର୍ଟରେ କେଶ୍ କରିଛି। ତେବେ ଚଳିବାକୁ ପ୍ରଶାସନ କିଛି ସାହାଯ୍ୟ ନକରିବାରୁ ଏବେ ରାସ୍ତା କଡରେ ଏକ ଚା ଦୋକାନ କରି ସଂଘର୍ଷ କରୁଛି। ନିଯୁକ୍ତି ମେଳାରେ ରାଜ୍ୟ ବାହାରକୁ ଅଫର୍ ମିଳି ଥିଲା ହେଲେ ଗୋଟେ ଝିଅ ପକ୍ଷରୁ ତାହା ଗ୍ରହଣ କରିବା ଅସମ୍ଭବ ଥିବାରୁ ନିଜ ଗୋଡ଼ରେ ଠିଆ ହୋଇ ନିଜେ ଲଢେଇ କରିବାକୁ ସେ ଚରମ ନିଷ୍ପତ୍ତି ନେଇଛନ୍ତି। ପ୍ରାରମ୍ଭିକ ଭାବେ ଦୋକାନ ଚଳାଇବାକୁ କଷ୍ଟ ହେଲେ ମଧ୍ୟ କଠିନ ପରିଶ୍ରମ କରି ସେ ସବୁ ସମ୍ଭାଳି ନେଲାଣି। ଆଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଦୋକାନ ଘର ଓ ଆବାସ ଘର ଯୋଗାଇ ଦେଲେ ବାକି ଜୀବନ ସେ ନିଜ ମାଆକୁ ନେଇ ଚଳିଯିବ କହିଛନ୍ତି।

0
0
0
s2sdefault