ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସ୍ଥିତ ଅତିରିକ୍ତ ଜିଲ୍ଲା ଅଦାଲତ୍ ବା ଭଞ୍ଜନଗର ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୦୨୫ ବର୍ଷର ସର୍ବ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ I
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ତାଲୁକା ଆଇନ୍ ସେବା କମିଟି ତରଫରୁ ଆଜି ମାର୍ଚ୍ଚ ମାସ ୮ ତାରିଖ ୨୦୨୫ ଶନିବାର ଦିନ ଭଞ୍ଜନଗର ଅତିରିକୁ ଜିଲ୍ଲା ଅଦାଲତ୍ ର ଜଜ୍ ଶ୍ରୀ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ୨୦୨୫ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ।
ଏଥିରେ ଅଧ୍ଯକ୍ଷକଙ୍କ ସହିତ ସିନିଅର ସିଭିଲ୍ ଜଜ୍ ଶ୍ରୀ ଦେବାଶିଷ ବିଷୋୟୀ, ଏସ୍.ଡି.ଜେ.ଏମ୍ ଶ୍ରୀ ସୈ।ମ୍ୟ ରଞ୍ଜନ ପୃଷ୍ଟି, ଜେ.ଏମ୍.ଏଫ୍.ସି ସୁଶ୍ରୀ ଭିଏନା ନାୟକ, ଲୋକ ଅଦାଲତ ବେଞ୍ଚ୍ ସଦସ୍ୟ ଡଃ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ତାଲୁକା ଆଇନ୍ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ଭଞ୍ଜନଗର ଓକିଲ ସଂଘର ସଭାପତି ଶ୍ରୀ ଶୈଳେନ୍ଦ୍ର ନାରାୟଣ ସାହୁ ଓ ଶ୍ରୀ ସନ୍ତୋଷ କୁମାର ତିଆଡି ଉପସ୍ଥିତ ଥିଲେ।
ଉକ୍ତ ଅଦାଲତ ରେ ଆଜି ସମୁଦାୟ ୧୨୫୦ ଗୋଟି ମକଦମା ର ଫଇସଲା ହୋଇଥୁବାର ସୁଚନା ମିଳିଛି ସେଥୁମଧ୍ୟରୁ ମୋଟର୍ ଯାନ ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲା ୨୬ ଗୋଟି ଯାହା ୬୫ ଲକ୍ଷ ୫୬ ହଜାର ଟଙ୍କାର ଥୁଲା। ଏନ୍.ଆଇ ଧାରା ବା ଚେକ୍ ବାଉଁଶ୍ ମାମଲା ୪ ଗୋଟି ଯାହା ର ମୁଲ୍ୟ ତିନି ଲକ୍ଷ ସତୋସ୍ତରୀ ହଜାର ଛଅ ଶହ ଛବିସି ଟଙ୍କା (୩,୭୬,୬୨୬) ଥ୍ଲା। ଅନ୍ୟାନ୍ୟ ଦେୱାନି ମାମଲା ୫ ଗୋଟି, ଫୈ।ଜଦାରି ବା କ୍ରିମିନାଲ ମାମଲା ରେ ୫୭ ଗୋଟି ଓ ରାଜସ୍ବ ଗତ ମାମଲା ୧୧୫୩ ଗୋଟି ଥିଲା। ଏବଂ ଏଥିରେ ୬୯ ଲକ୍ଷ ୩୩ ହଜାର ୬ ଶହ ୨୬ (୬୯,୩୩,୬୨୬) ଟଙ୍କାର ସେଟଲମେଣ୍ଟ୍ କରାଯାଇଥିଲା ।
ଏହି ଅଦାଲତ ର ମାମଲା ଫଇସଲା ସମୟରେ କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ, ସୁନିଲ୍ ମୁଦୁଲି, ପବିତ୍ର ପ୍ରଧାନ, ବିଷ୍ଣୁ ସ୍ବାଇଁ, ଉପସ୍ଥିତ ଥିଲେ। ଏଥିସହିତ ଆଇନଜୀବୀ ସୁଧୂର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ରଜନୀ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ରାମକୃଷ୍ଣ ଦାସ, ଅରୁଣ ପାଢ଼ୀ, ବଂଶୀଧର ପ୍ରଧାନ, ରଜନୀ କୁମାର ପଟ୍ଟନାୟକ, ସୁଧିର ରଞ୍ଜନ ମହାପାତ୍ର, ପ୍ରଦୀପ ଶେଖର ପାଳ,ଉପସ୍ଥିତ ଥୂଲେ। ଆଜିର ଏହି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ବିଭିନ୍ନ ବ୍ୟାଙ୍କ୍ ର ଅନେକ କର୍ମଚାରୀ ଙ୍କ ସହିତ କେତେକ ବିମା କର୍ମଚାରୀ ମଧ୍ୟ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ ହେବାରେ ସହଯୋଗ କରିଥିବାର ଦେଖାଯାଇଛି।