ହେଡଲାଇନସ୍:

ଖଗେଶ୍ୱର ସାହିତ୍ୟ କଲା ପରିଷଦ ର ବଛରକିଆ ଉଛବ ଅନୁଷ୍ଠିତ ହୋଇଯାଇଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେପୁର /ସୁଶାନ୍ତ ସାହୁ ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦର ବଛରକିଆ ଉଛବ ଅନୁଷ୍ଠିତ ହୋଇଯାଇଛି।ଧୁମାପାଲି ଗ୍ରାମରେ ଆୟୋଜିତ ଉକ୍ତ ଉତ୍ସବରେ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୟନ୍ତୀ ଓ ସାହିତ୍ୟ ପ୍ରାଣ କବି ଖଗେଶ୍ବର ଶେଠଙ୍କ ପୁଣ୍ୟ ତିଥି ପାଳନ କରାଯାଇଥିଲା।ସଭାପତି ମୋହନ ସିଂ କହ୍ନେଇ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଗବେଷକ ଡ ସୁଵାଷ ମେହେର, ସ୍ତମ୍ଭକାର ସୁଶାନ୍ତ କୁମାର ମିଶ୍ର ,ଗ୍ରାମର ଗୌନ୍ତିଆ ରଘୁପତି ସାହୁ, ସାମାଜିକକର୍ମୀ ଛଵିଳ ମଲ୍ଲିକ,ସମ୍ଵଲପୁର ମୁକ୍ତ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ରାଧାକାନ୍ତ ସୁନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦୁଇ ସାଧକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଆଲୋଚକ ଭାବେ ପ୍ରଫେସର ଡ଼.ପ୍ରଦୀପ କୁମାର ପ୍ରଧାନ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୀବନୀ ଵିଷୟରେ, ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରମୋଦ କୁମାର ପାଢୀ କବି ଖଗେଶ୍ବର ଶେଠ ସାହିତ୍ୟର ଗରିମା ସଂପର୍କରେ ଆଲୋଚନା କରିଥିଲେ। ସାଂସ୍କୃତିକ ତଥା ମନର ଐକ୍ୟ ରହିଲେ ଭାଷା ପ୍ରଗତିର ପଥ ସୁଗମ ହୋଇପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା ‌ସୁଷମା ଭୋଇ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ବାରଙ୍ଗବାହାଲ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ। ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଅତିଥି ପରିଚୟ, ଉପସଭାପତି ହୃଦମଣି ସାହୁ ଉଦ୍ଦେଶ୍ୟ ଜ୍ଞାପନ, ସଂପାଦକ ରାଜେଶ୍ଵର ବେହେରା ବିବରଣୀ ପଠନ କରିଥିଲେ। ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେରଙ୍କୁ ଚଳିତବର୍ଷ ପ୍ରଥମ ଭାଵେ କଳାକାର ତୁଳସୀ ପ୍ରସାଦ ଗଡତୀୟା କଳା ସମ୍ମାନରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସାହିତ୍ୟିକ ଅମୃତ ଲାଲ ସାହୁଙ୍କୁ ଖଗେଶ୍ବର ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଗଣେଶ ସାହୁ ଓ ମକରଧ୍ବଜ ମେହେର ମାନପତ୍ର ପଠନ କରିଥିଲେ। ସହ ସଂପାଦକ ମକରଧ୍ବଜ ସାହୁ ସଭାକୁ ସଂଯୋଜନା କରିଥିଲେ। ବିଶ୍ଵାମିତ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଆୟୋଜିତ ସମ୍ବଲପୁରୀ କବିତା ଆସରରେ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କବି ମାନଙ୍କୁ ଉତ୍ସାହିତ କରିଥିଲେ।କବି ଜଗନ୍ନାଥ କୁମ୍ଭାରଙ୍କ ପରିଚାଳନାରେ କବୟିତ୍ରୀ ସାବିତ୍ରୀ ମେହେର, କବିଶ୍ରୀ-ଯୁବରାଜ ଦୀପ, ମକରଧ୍ବଜ ସାହୁ , ଜଗତଜ୍ଜୀବନ ରାମ ଡନସନା, ମକରଧ୍ବଜ ମେହେରଙ୍କ ସମେତ ବହୁ କବି କଵିତା ପାଠ କରିଥିଲେ। ତୃତୀୟ ଅଧିବେଶନରେ ଆୟୋଜିତ ସଂଗୀତ ସମାରୋହରେ କଣ୍ଠଶିଳ୍ପୀ ସୁଷମା ଭୋଇ, ବରୁଣ ବାଗ, ଜଗନ୍ନାଥ କୁମ୍ଭାର ପ୍ରମୁଖ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ। ଚତୁର୍ଥ ଅଧିବେଶନରେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ ହୋଇଥିଲା।ଟି-ଗଣ୍ଡପାଲି ସରଗିଡାଙ୍ଗ ନୃତ୍ୟ କଳା ପରିଷଦର କଳାକାରଗଣ ନୃତ୍ୟଶିଳ୍ପୀ ପ୍ରତିମା ସେଠଙ୍କ ନିର୍ଦ୍ଦେଶନାରେ ସିରି ସମଲେଇ ଲୋକନୃତ୍ୟ ପରିବେଷଣ କରିଥିଲେ। ସେହିପରି କୁମ୍ଭାରୀର ବ୍ରଜେଶ୍ଵରୀ ନୃତ୍ୟ କଳା ପରିଷଦର କଳାକାର ଶବ୍ଦ ନୃତ୍ୟ, ବିଜେପୁର ସଂଗୀତ କଳା ପରିଷଦର କଳାକାରଗଣ ଲୋକନୃତ୍ୟ ଓ ଲୋକଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ।

0
0
0
s2sdefault