ଓଡ଼ଗାଁ ୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁ ବର୍ତ୍ତମାନ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକଙ୍କ ବୟସ ପ୍ରାୟ ୬୪ ଅତିକ୍ରମ କରିଥିବା ବେଳେ ଅବସର ସମୟରେ ବନ୍ଧୁଙ୍କ ସହିତ ବନ୍ଧୁ ପତ୍ନୀ ମାନଙ୍କ ମିଳନ ସମସ୍ତଙ୍କ ମନରେ ଆନନ୍ଦ ଭରିଦେଇଥିଲା । ବନ୍ଧୁତା ହେଉଛି ଭଗବାନଙ୍କର ଶ୍ରେଷ୍ଠ ଉପହାର । ଏହାକୁ ବଞ୍ଚାଇ ରଖିପାରିଲେ ପରଷ୍ପର ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ। ରଘୁନାଥଙ୍କ କୃପାରୁ ଏବେ ନାତିନାତୁଣୀ ଗହଣରେ ସମୟ ବିତିଯାଉବୋଲି ପରଷ୍ପର ମଧ୍ୟରେ ସାଧାରଣ ଭାବେ ବାର୍ତ୍ତାଳାପ ହୋଇଥିଲା । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅଧିବାସ ପଣ୍ଡା ହାଇସ୍କୁଲର ନାମ ପରିବର୍ତ୍ତନ ନେଇ ଆଲୋଚନା କରିଥିବା ବେଳେ ଏନେଇ ସମସ୍ତ ବନ୍ଧୁମାନେ ଦୁଃଖ ପ୍ରକାଶ କରିଥିଲେ । ଏବଂ ପୂର୍ବ ନାମକୁ ଫେରେଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ହୋଇଥିଲା । ବାଇଧର ସ୍ବାଇଁଙ୍କ ଆବାହନରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ. ବେଣୁଧର ଦାସ, ରବି ପୃଷ୍ଟି, ପୂର୍ଣ୍ଣ ସେନାପତି, ଅର୍ଜୁନ ଜେନା ପ୍ରମୁଖ ୨୫ରୁ ଉର୍ଦ୍ଧ୍ବ ପୁରାତନ ବନ୍ଧୁମାନଙ୍କ ସହିତ ବନ୍ଧୁ ପତ୍ନୀ ମାନେ ଯୋଗଦେଇଥିଲେ ।
ରାଜ୍ୟ
୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ, ବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଦୁଃଖ ପ୍ରକାଶ
- Hits: 63