ହେଡଲାଇନସ୍:

ଓଡ଼ଗାଁ ବ୍ଳକ ୧୧ ପରୀକ୍ଷା କେନ୍ଦ୍ର, ୧୮୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭ ଜଣ ଅନୁପସ୍ଥିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଛି। ଓଡ଼ଗାଁ ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ବାଳିକା ଏବଂ ୮ ଜଣ ବାଳକଙ୍କୁ ମିଶାଇ ମୋଟ ୨୭ଜଣ ଅନୁପସ୍ଥିତ ରହିଥିବା ବେଳେ ସମୁଦାୟ ୧୭୮୪ ଜଣ ପରୀକ୍ଷା ଦେଇଥିବା ବ୍ଲକ ଶିକ୍ଷାଧିକାରୀ ତଥା ଆଞ୍ଚଳିକ ପରୀକ୍ଷା କେନ୍ଦ୍ରର ଭାରପ୍ରାପ୍ତ ତତ୍ବାବଧାରକ ଗୀତାଞ୍ଜଳି ସାହୁ ସୂଚନା ଦେଇଛନ୍ତି । ପ୍ରଥମ ଦିନ ମାତୃଭାଷା ବିଷୟ ଥିବାବେଳେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ହଲ ମଧ୍ୟରେ ପ୍ରବେଶ କରିବା ସହ ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଦେଇଥିଲେ । ରଘୁନାଥ ବିଦ୍ୟାପୀଠ ନୋଡାଲ ସେଣ୍ଟରରୁ ଓଡ଼ଗାଁ ବ୍ଳକର ୧୦ ଏବଂ ନୂଆଗାଁ ବ୍ଳକର ବାହାଡାଝୋଲା, ବେରୁହାଁବାରୀ ୨ ପରୀକ୍ଷା ସେଣ୍ଟରକୁ ୭.୩୦ ମିନିଟ ସୁଦ୍ଧା ପ୍ରଶ୍ନପତ୍ର ପଠାଇବା ନିମନ୍ତେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏବଂ ଓଡ଼ଗାଁ ବ୍ଳକର ସୋଲପଟା ପରୀକ୍ଷା କେନ୍ଦ୍ରକୁ ସୁବିଧା ଦୃଷ୍ଟିରୁ ନୟାଗଡ଼ ହବରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଥିବା ଜଣାପଡିଛି । କପିକୁ ରୋକିବା ନିମନ୍ତେ ସିସିଟିଭି ଲାଇଭ ଷ୍ଟିମିଙ୍ଗ ୱେବକାଷ୍ଟିଂ ସହ ତ୍ରିସ୍ତରୀୟ ସ୍କ୍ୱାର୍ଡର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଆବଶ୍ୟକ ସ୍ଥଳେ ପରୀକ୍ଷା କେନ୍ଦ୍ର ମାନଙ୍କରେ ପୋଲିସ ମୁତୟନ ସହ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିଲା ।

0
0
0
s2sdefault