-
- ଓଡ଼ିଶା ସରକାରଙ୍କ ସହିତ ଓଡ଼ିଶାର ପିପିପି ମଡେଲ ଅନ୍ୟ ରାଜ୍ୟ ଡିସକମମାନଙ୍କ ଲାଗି ଏକ ନୀଳନକ୍ସା (ବ୍ଲୁପ୍ରିଂଟ)ରେ ପରିଣତ ହୋଇଛି ।
-
- ଦେଶର ୬୩ଟି ଡିସ୍କମ୍ ମଧ୍ୟରେ ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍ ଓ ଟିପିଡବ୍ଲୁଓଡିଏଲ୍କୁ ଏ+ ସହିତ ଶ୍ରେଷ୍ଠ ଜାତୀୟ ରାଙ୍କିଂ
-
- ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ଓଡ଼ିଶାର ଡିସ୍କମ୍ଗୁଡ଼ିକ ପରିଚାଳନା, ଆର୍ଥିକ ପ୍ରଦର୍ଶନ ଓ ଗ୍ରାହକ ସେବାରେ ଉଲ୍ଲେଖନୀୟ ଉନ୍ନତି ଆଣିଛନ୍ତି
ଭୁବନେଶ୍ୱର:ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ବିଦୁ୍ୟତ ବିତରଣ କମ୍ପାନି (ଡିସ୍କମ୍)ଗୁଡ଼ିକ ଭାରତର ୬୩ଟି ବିଦୁ୍ୟତ୍ ୟୁଟିଲିଟି ମଧ୍ୟରେ ଶ୍ରେଷ୍ଠ ଜାତୀୟ ର୍ୟାଙ୍କିଂ ହାସଲ କରିଛନ୍ତି ଯାହା ଏହି କ୍ଷେତ୍ରରେ ଏହାର ନେତୃତ୍ୱକୁ ଦୋହରାଉଛି । ଆର୍ଥିକ ସ୍ଥାୟିତ୍ୱ, ପ୍ରଦର୍ଶନ ଉତ୍କର୍ଷତା ଓ ବାହ୍ୟ ପରିବେଶ ଭଳି ମାନଦଣ୍ଡ ଆଧାରରେ ୟୁଟିଲିଟିଗୁଡ଼ିକର ଅନୁଶୀଳନ କରି ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟକୁ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଉନ୍ମୋଚନ କରାଯାଇଛି ।
ନୂଆଦିଲ୍ଲୀରେ ଅନୁଷ୍ଠିତ ବିଦୁ୍ୟତ୍ କ୍ଷେତ୍ରର ଏକ ଆଂଚଳିକ ସମୀକ୍ଷା ବୈଠକରେ ଏହି ର୍ୟାଙ୍କିଂକୁ ଜାରି କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ମାନ୍ୟବର ଶକ୍ତି, ହାଉସିଂ ଓ ସହରାଚଂଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ୬୩ ବିତରଣ ୟୁଟିଲିଟିଗୁଡ଼ିକର ତ୍ରୟୋଦଶ ସମନ୍ୱିତ ରେଟିଂ (୨୦୨୩-୨୪ ଆର୍ଥିକ ବର୍ଷ), ଡିସକମଗୁଡ଼ିକର ଗ୍ରାହକ ସେବା ରେଟିଂ (ସିଏସଆରଡି) ରିପୋର୍ଟର ଚତୁର୍ଥ ସଂସ୍କରଣ ଓ ବିତରଣ ୟୁଟିଲିଟି ର୍ୟାଙ୍କିଂ (ଡିୟୁଆର୍) ରିପୋର୍ଟର ପ୍ରଥମ ସଂସ୍କରଣ ଭଳି ତିନିଟି ରିପୋର୍ଟକୁ ଉନ୍ମୋଚନ କରିଥିଲେ ।
୬୩ ବିତରଣ ୟୁଟିଲିଟିଗୁଡ଼ିକର ତ୍ରୟୋଦଶ ସମନ୍ୱିତ ରେଟିଂ (୨୦୨୩-୨୪ ଆର୍ଥିକ ବର୍ଷ) ରିପୋର୍ଟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁଟିଲିଟିଗୁଡ଼ିକ ମଧ୍ୟରେ ଟିପିସିଓଡିଏଲ୍, ଟିପିଏନଓଡିଏଲ ଏବଂ ଟିପିଡବ୍ଲୁଓଡିଏଲ୍ ଏ+ ରେଟିଂ ବଜାୟ ରଖିଛନ୍ତି । ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗରେ ପରିଚାଳିତ ହେଉଥିବା ଏହି ଡିସକମ୍ଗୁଡ଼ିକ ପରିଚାଳନା ଦକ୍ଷତା ଓ ଆର୍ଥିକ ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଆଣି ବିଦୁ୍ୟତ୍ ବଂଟନରେ ସହଯୋଗିତା ଭିତିକ ପ୍ରଶାସନର ସଫଳତା ପାଇଁ ଉଦାହରଣ ପାଲଟିଛନ୍ତି ।
ଡିସକମଗୁଡ଼ିକର ଗ୍ରାହକ ସେବା ରେଟିଂ (ସିଏସଆରଡି) ରିପୋର୍ଟର ଚତୁର୍ଥ ସଂସ୍କରଣ ରିପୋର୍ଟରେ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିଡିଡିଏଲ୍) ଓ ଟାଟା ପାୱାର କମ୍ପାନି ଲିମିଟେଡ୍ (ଟିପିସିଏଲ୍) ମୁମ୍ବାଇ ସର୍ବୋଚ୍ଚ ଏ+ ରେଟିଂ ହାସଲ କରିଛନ୍ତି ଯାହା ଗ୍ରାହକ ସେବା ଉତ୍କର୍ଷତାରେ ଏହାର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିପାରିଛି ।
ବିତରଣ ୟୁଟିଲିଟି ର୍ୟାଙ୍କିଂ (ଡିୟୁଆର୍) ରିପୋର୍ଟର ପ୍ରଥମ ସଂସ୍କରଣରେ ବିତରଣ ୟୁଟିଲିଟି ବର୍ଗରେ ଟିପିଡବ୍ଲୁଓଡିଏଲ୍ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଟିପିଡିଡିଏଲ୍ ସହରାଂଳ ଡିସକମ୍ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ରହିଛି ଯାହା ବିବିଧ ବଂଟନ ନେଟ୍ୱର୍କକୁ ଦକ୍ଷତାର ସହପରିଚାଳନା କରିବାରେ ଟାଟା ପାୱାରର କ୍ଷମତାକୁ ପ୍ରତିଫଳିତ କରୁଛି ।
ଏହି ସଫଳତା ସମ୍ପର୍କରେ ଟାଟା ପାୱାରର ଏମ୍ଡି ଓ ସିଇଓ ଡ.ପ୍ରବୀର ସିହ୍ନା କହିଛନ୍ତି ଯେ, ‘ଏହି ଜାତୀୟ ମାନ୍ୟତା ଦେଶର ଅଗ୍ରଣୀ ସରକାରୀ-ଘରୋଇ ବିଦ୍ୟୁତ ବିତରଣ କମ୍ପାନି ଭାବେ ଓଡ଼ିଶା ଡିସକମଗୁଡ଼ିକର ସ୍ଥିତିକୁ ଦୃଢ଼ କରିଛି । ଓଡ଼ିଶା ସରକାର ଏବଂ ଆମର ଉତ୍ସର୍ଗୀକୃତ କର୍ମଚାରୀଙ୍କ ସମର୍ଥନ, ଅତ୍ୟାଧୁନିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା, ପରିଚାଳନାଗତ ଉକôର୍ଷରେ ଉନ୍ନତି ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ପ୍ରତି ଗଭୀର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଦ୍ୱାରା ଆମ ସଫଳତା ଆଗକୁ ବଢ଼ୁଛି । ଆମ ଓଡ଼ିଶା ମଡେଲ ଭାରତରେ ବିଦ୍ୟୁତ ବଂଟନରେ ସଂସ୍କାର ପାଇଁ ଏକ ମାନଦଣ୍ଡ ଭାବେ ଉଭା ହୋଇଛି । କିଭଳି ଘରୋଇ ସରକାରୀ ସହଯୋଗିତାଫ୍ରେମୱାର୍କ ଅଧୀନରେ ଡିସକମଗୁଡ଼ିକ ଦକ୍ଷତା ଏବଂ ଗ୍ରାହକ-କେନ୍ଦ୍ରୀକତା ହାସଲ କରିପାରିବେ ତାହାକୁ ଏହା ଦର୍ଶାଉଛି ।ଦେଶରେ ଶକ୍ତି ବିତରଣ କ୍ଷେତ୍ରରେ ନବସୃଜନ ଏବଂ ନୂତନ ମାନଦଣ୍ଡ ସ୍ଥାପନ କରିବା ଜାରି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।’’
ଟାଟା ପାୱାରର୍ ବିଦୁ୍ୟତ ବିତରଣ ସେବା ନୂଆଦିଲ୍ଲୀ, ଓଡ଼ିଶା (ପୂର୍ବ, ପଶ୍ଚିମ, କେନ୍ଦ୍ର ଓ ଦକ୍ଷିଣାଚଂଳ), ମୁମ୍ବାଇ ଓ ଆଜମେର୍ରେ ୧୩ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରି ଲୋ-କାର୍ବନ, ଶକ୍ତି-ସୁରକ୍ଷିତ ଭବିଷ୍ୟତ ଆଡ଼କୁ ଭାରତ ଅଗ୍ରସର ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।