ହେଡଲାଇନସ୍:

ଜେ କେ ପେପର୍ ଲିମିଟେଡ୍ ର ଆନ୍ତଃ ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ 2025 ଉଦ୍ଘାଟିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା: ଜେକେ ପେପର୍ ଲିମିଟେଡ୍ ର 3 ଟି ପ୍ରଡକସନ୍ ୟୁନିଟ୍, ଜେ କେ ପେପର୍ ମିଲ୍ସ, ଜେକେପୂର୍ ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼ , ଗୁଜୁରାଟ, ସିରିପୁର ପେପର ମିଲ୍ସ, କାଗଜ ନଗର ତଲେଙ୍ଗାନା ଓ ମୁଖ୍ୟ କାର୍ଯ୍ୟାଳୟ, ଦିଲ୍ଲୀ ମଧ୍ୟ ରେ ୟୁନିଟ୍ ସ୍ତରୀୟ T -20 କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେକେ କାଗଜ କଳ ର ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି କାର୍ମିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ଟୁଣ୍ଣାମେଣ୍ଟ ଟି ଆସନ୍ତା 23.02.2025 ପର୍ୟ୍ୟନ୍ତ ଚାଲିବ।
ପ୍ରଥମ ଉଦଘାଟନୀ ମ୍ୟାଚ ଜେ କେ ପେପର୍ ମିଲ୍ସ, ଜେକେପୂର୍ ଓ ହେଡ ଅଫିସ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିଣି ହେଡ୍ ଅଫିସ, ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଥିଲେ ଓ 15.4 ଓଭର୍ ବିନିମୟ ରେ ସମସ୍ତ୍ ୱିକେଟ ହରାଇ 73 ରନ୍ ସଂଗ୍ରହ କରି ଥିଲେ। ତାଙ୍କ ବିପକ୍ଷରେ ଜେ କେ କାଗଜ କଳ ଟିମ୍ ମାତ୍ର 7 ଓଭର ରେ ଗୋଟିଏ ୱିକେଟ୍ ବିନିମୟ ରେ 74 ରନ୍ ସଂଗ୍ରହ କରି ବିଦାୟୀ ହୋଇଥିଲେ।
ଜେକେ କାଗଜ କଳ ଟିମ୍ ର କେ ଶଙ୍କର ପାତ୍ର 2.4 ଓଭର୍ ବୋଲିଂ କରି 13 ରନ୍ ପ୍ରଦାନ କରି ଥିବା ବେଳେ 5 ଟି ୱିକେଟ୍ ହାତେଇ ଥିଲେ ଓ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ ।
ସନ୍ଦୀପ ପାଣ୍ଡେ, ମହାପ୍ରବନ୍ଧକ, ମାନବ ସମ୍ବଳ ବିଭାଗ ଶଙ୍କର ପାତ୍ର ଙ୍କୁ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ।

0
0
0
s2sdefault