ହେଡଲାଇନସ୍:

ଏଣିକି ଟିପିଏସ୍ଓଡିଏଲର ୪ଟି ନିଶୁଳ୍କ ହେଲ୍ପଲାଇନ ନମ୍ୱର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ନୂଆ ନମ୍ବର ୧୮୦୦୨୦୨୬ ଏବଂ ୭୦୭୭୦୦୦୦୦୫

  •  ସମୁଦାୟ ଚାରୋଟି ନମ୍ବର: ୧୮୦୦୨୦୨୬, ୭୦୭୭୦୦୦୦୦୫, ୧୯୧୨, ୧୮୦୦୩୪୫୬୭୯୭

ବ୍ରହ୍ମପୁର, ଫେବୃଆରୀ: ଗ୍ରାହକ ସେବାକୁ ସୁଦୃଢ଼ କରିବା ସହ ଅଭିଯୋଗ ପ୍ରତିକାର ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଦୁଇଟି ନୂତନ ନିଶୁଳ୍କ ଗ୍ରାହକ ସହାୟତା ବା ହେଲ୍ପଲାଇନ୍ ନମ୍ବର - ୧୮୦୦୨୦୨୬ ଏବଂ ୭୦୭୭୦୦୦୦୦୫ ଆରମ୍ଭ କରିଛି। ଏହାସହ ପୂର୍ବରୁ ଉପଲବ୍ଧ ଥିବା ୧୯୧୨ ଏବଂ ୧୮୦୦୩୪୫୬୭୯୭ ନମ୍ବର ମଧ୍ୟ ଚାଲୁ ରହିବ। ଏହି ପଦକ୍ଷେପ ଦ୍ଵାରା ଯୋଗାଯୋଗ ଏବଂ ଅଭିଯୋଗ ପ୍ରତିକାର ବ୍ୟବସ୍ଥା ସୁଦୃଢ଼ ହେବା ସହ ଉପଭୋକ୍ତାମାନେ ଉନ୍ନତ ମାନର ସେବା ପାଇବେ।

ଦୁଇଟି ଅତିରିକ୍ତ ସହାୟତା ନମ୍ବର ଯୋଗୁଁ କଲ୍ କନେକ୍ଟିଭିଟି ଉନ୍ନତ ହେବା ସହ ଗୋଟିଏ ନମ୍ବରକୁ ଆସୁଥିବା କଲ୍ ସଂଖ୍ୟା ହ୍ରାସ ପାଇବ ଏବଂ କଲ୍ କଟିଯିବା ଭଳି ସମସ୍ୟା ଦୂର ହେବ। ଯାହା ଫଳରେ ଉପଭୋକ୍ତାମାନେ ଅଧିକ ଭରସାଯୋଗ୍ୟ ଗ୍ରାହକ ସେବା ପାଇବେ। ଆଧୁନିକ ଟେକ୍ନୋଲଜି ସହ ଏହି ହେଲ୍ପଲାଇନ୍ ନମ୍ବର ୨୪×୭ ଘଣ୍ଟା ଉପଲବ୍ଧ ରହିବ।

ନୂଆ ସହାୟତା ନମ୍ବର ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ପ୍ଲାଟଫର୍ମରେ ଗ୍ରାହକ ସମ୍ପର୍କ ଅଭିଯାନ କରାଯାଉଛି। ପୁରୁଣା ନମ୍ବର ସହ ନୂତନ ନମ୍ବରକୁ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କୁ ଉତ୍ସାହିତ କରାଯାଉଛି। ଗ୍ରାହକମାନେ ଏହି ୪ଟି ନମ୍ୱର ଯୋଗେ ବିଦ୍ୟୁତ ସମ୍ବନ୍ଧୀୟ ସୂଚନା, ଅଭିଯୋଗ ପ୍ରତିକାର ଏବଂ ସହାୟତା ପାଇପାରିବେ।

ଏହି ପଦକ୍ଷେପ ସମ୍ପର୍କରେ ମତ ଦେଇ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ଉପଭୋକ୍ତା ସନ୍ତୁଷ୍ଟି ହେଉଛି ଆମର ପ୍ରାଥମିକତା। ଉନ୍ନତ ମାନର ଯୋଗାଯୋଗ ଏବଂ ସେବା ପ୍ରଦାନ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ। ଅତିରିକ୍ତ ସହାୟତା ନମ୍ବର ଜାରି ହେବା ପରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ସହାୟତା ପ୍ରଦାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ଦିଗରେ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ।"
ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଅଭିନବ ପଦକ୍ଷେପ ନେବା ସହ ଟେକ୍ନୋଲଜିର ଉପଯୋଗ କରିବା ଦିଗରେ ଟିପିଏସ୍ଓଡିଏଲ୍ ସମର୍ପିତ ରହି ଆସିଛି।

0
0
0
s2sdefault