ଅଟଳ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ଅଟଳ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ   ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ  ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ଶିକ୍ଷାବିତ୍ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଦୁଃଶାସନ ରାଉତ, ଶିକ୍ଷାବିତ୍ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର, ସଭାପତି ଆଲୁମିନି କମିଟି ଶିକ୍ଷାବିତ୍ ଅଭିମନ୍ୟୁ ବେହେରା, ଶିକ୍ଷାବିତ୍ ବିଷ୍ଣୁ ଚରଣ ଦାସ, ଗୋଲାପ ସୁନ୍ଦର ନାୟକ ଓ ପରିଚାଳନା କମିଟି ସଭାପତି ପ୍ରତାପ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶୁଭ ଲକ୍ଷ୍ମୀ ରାଉତ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରବୀନ୍ଦ୍ର ମହାକୁଡ ବାର୍ଷିକ ବିବରଣୀ ପାଠ କରିଥିଲେ। । ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ମୂଲ୍ୟବାନ କଥା ନିଜ ନିଜର ବକ୍ତବ୍ୟ ରେ ପ୍ରଦାନ କରିଥିଲେ। ଶିକ୍ଷକ ବିକାସ କୁମାର ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅବସର ରେ କୃତି ବିଦ୍ୟାର୍ଥୀ ମାନଙ୍କୁ  ପୁରସ୍କାର ପ୍ରଦାନ କରାଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

0
0
0
s2sdefault