ହେଡଲାଇନସ୍:

ଡାବୁଗାଁ ରେ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ମାଘ ମଣ୍ଡେଇ ଯାତ୍ରା ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ମାଘ ମାସରେ ଏହି ଯାତ୍ରା ପାଳନ କରାଯାଉ ଥିବାରୁ ଏହାକୁ ମାଘ ମଣ୍ଡେଇ ଯାତ୍ରା ବୋଲି କୁହା ଯାଏ।ମାଘ ମଣ୍ଡେଇ ପାଇଁ ଗତ କାଲି ଠାରୁ ଡାବୁଗାଁ ଚଳ ଚଞ୍ଚଳ ରହିଛି। କେଉଁ ଆବାହନ କାଳରୁ ଚାଲି ଆସିଥିବା ପରମ୍ପରା ଅନୁଯାଇ ଡାବୁଗାଁ ର ଆରାଧ୍ୟ ଦେବତା ବାବା ଭୈରବ ମନ୍ଦିର ରେ ବୁଧବାର ଛେଳି, ମେଣ୍ଡା, କୁକୁଡା,ଆଦି ବଳି ଦିଆଯାଇ ପୂଜା କରାଯାଇଥିଲା। ଭୈରବ ଦେବତା ଙ୍କ ପାଖରେ ବଳି ଦିଆ ଯାଇଥିବା ଛେଳି, ମେଣ୍ଡା ଓ କୁକୁଡ଼ା ଆଦି କୁ କେବଳ ପୁରୁଷ ମାନେ ଘରେ ପ୍ରବେଶ ନ କରାଇ ବାହାର କୌଣସି ପଡ଼ିଆରେ ଭୋଗ ଆକାରରେ ରୋଷେଇ କରି ଖାଇଥିଲେ। ଆଜି ଗୁରୁବାର ଡାବୁଗାଁ ସାପ୍ତାହିକ ହାଟ ଥିବା ବେଳେ ମୁଖ୍ୟ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଗ୍ରାମ ରୁ ଆସିଥିବା ଲାଠି,କୁର୍ସୀ,ପାଲିଙ୍କି, ଦେବା ଦେବୀ, ଶିରା,ପୂଜକ ମାନେ ପ୍ରଥମେ ଦୂଲ୍ଲାର ଦେଇ ମନ୍ଦିର ପହଞ୍ଚି ଥିଲେ। ସେଠାରୁ ଅପରାହ୍ନରେ କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀ ମନ୍ଦିରରେ ପହଞ୍ଚି ଥିଲେ । ସେଠାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ପରେ ବିଭିନ୍ନ ଦେବାଦେବୀ ଭେଶରେ ପାରମ୍ପାରିକ ଆଭୂଷଣ ପରିଧାନ କରି ଲାଠି, କୁର୍ଶି,ପାଲିଙ୍କି, ବାଜା ମର୍ଦ୍ଦଳ ସହ ଅପରାହ୍ନ ୪ ଘଣ୍ଟ ସମୟରେ ଏକ ବିରାଟ ପଟୁଆର ରେ ବାହାରିଥିଲେ। ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକ,ସାପ୍ତାହିକ ହାଟ, ଓ ଦାବା ଦେଇ ପୀଠ ପରିକ୍ରମା ପରେ ଭୈରବ ମନ୍ଦିରରେ ପହଞ୍ଚି ଥିଲେ। ଡାବୁଗାଁ ତଥା ଆଖ ପାଖ ବିଭିନ୍ନ ଗ୍ରାମ ରୁ ଆସିଥିବା ଦେବାଦେବୀ ଙ୍କୁ ଅତି ନିକଟରୁ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ରାସ୍ତା ର ଉଭୟ ପାର୍ଶ୍ଵରେ ଠିଆ ହୋଇଥିଲେ। ମଣ୍ଡେଇ ଯାତ୍ରା ରେ ଗ୍ରାମ ର ଦେବାଦେବୀ ନଗର ପରିକ୍ରମା କଲେ ଗ୍ରାମ ରେ ସୁଖ,ଶାନ୍ତି, ସଦ୍ ଭାବନା ବୃଦ୍ଧି ହେବା ସହ କୌଣସି ରୋଗ ବେମାରୀ ଗ୍ରାମରେ ପ୍ରବେଶ କରିବ ନାହିଁ ବୋଲି ଲୋକଙ୍କ ମଧ୍ୟରେ ଏବେ ସୁଦ୍ଧା ବିଶ୍ୱାସ ରହିଛି। ମାଘ ମଣ୍ଡେଇ ଯାତ୍ରା ଦେଖିବାକୁ ଆଖ ପାଖ ଗ୍ରାମ ର ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ରହିଥିବା ବେଳେ ଆଜି ମଣ୍ଡେଇ ପରିଚାଳନା କମିଟି ତରଫରୁ ରାତ୍ର ଲୋକଙ୍କ ମନୋରଞ୍ଜନ ପାଇଁ ଦୁଇଟି ଆଦିବାସୀ ନାଟକ ମଞ୍ଚସ୍ଥ ହେବ। ମାଲକାନଗିରି ଜିଲ୍ଲା ଗଲିଆ ଗୁଡା ଗ୍ରାମ ର କର୍ଣ୍ଣ ଗୁରୁ ଦ୍ଵାରା ରଚିତ ନାଟକ "କେଉଁ ଭୁଲ ପାଇଁ ଦୁଃଖ ପାଉଛି " ଓ ନିକଟ ପୂଜାରୀ ଗୁଡା ଗ୍ରାମ ର ଦାମ ଗୁରୁ ଦ୍ଵାରା ରଚିତ ନାଟକ "ଏମିତି ପ୍ରେମ କାହିଁକି କଲି" ଅନୁଷ୍ଠିତ ହେବ।ଆସନ୍ତା କାଲି ବାସି ମଣ୍ଡେଇ ପରେ ବିଭିନ୍ନ ଗ୍ରାମରୁ ଆସିଥିବା ଲାଠି ,କୁର୍ସୀ,ପାଲିଙ୍କି ଆଦି ନିଜ ନିଜ ଆସ୍ଥାନ କୁ ଫେରିବାକୁ ଥିବା ବେଳେ ମଣ୍ଡେଇ ପରିଚାଳନା କମିଟି ତରଫରୁ ବାହାର ଗ୍ରାମରୁ ଆସିଥିବା ସମସ୍ତ ଶିରା, ଦିଶାରି , ଗାଉଣ୍ଟିଆ ଓ ପୂଜାରୀ ମାନଙ୍କୁ ସମ୍ମାନିତ କରାଯିବ। ମଣ୍ଡେଇ ଯାତ୍ରା ରେ ଅତିଥି ଭାବେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ,ଜି ସାଇ ରାଜୁ,ସୁରେନ୍ଦ୍ର ମିଶ୍ର,ଗୁପ୍ତ ବିଶୋଇ, ଦିବାନ ସିଂ, ବାବି ଜେନା, ସୋମନାଥ ପୂଜାରୀ, ଶୁଭଜିତ ପାଣିଗ୍ରାହୀ, ପିଣ୍ଟୁ ଅଗ୍ରୱାଲ,ମନୋଜ ପାତ୍ର ସହ ପରିଚାଳନା ସମିତି ର ସଭାପତି ଡାବୁଗାଁ ସରପଞ୍ଚ ବିନୋଦ ସୌରା,ଉପ ସଭାପତି ଡ଼ଙ୍ଗରି ଗୁଡା ସରପଞ୍ଚ ରାମ କୁମାର ଗଣ୍ଡ ଓ ସତ୍ୟ ରଞ୍ଜନ ପାତ୍ର,ସମ୍ପାଦକ ରଘୁନାଥ ପାତ୍ର( କୁନୁ) କୋଷାଧ୍ୟକ୍ଷ ସୁରେନ୍ଦ୍ର ରେଲି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault