ସୁବର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଭଲିବଲ ଏସୋସିଏସନ ଆନୁକୁଲ୍ୟରେ ଯୁଗଲାଳ ବିଶ୍ଵାଳ ମେମୋରିଏଲ ସର୍ବ ଭାରତୀୟ ଦିବାରାତ୍ର ଭଲିବଲ ଟୁଣ୍ଣାମେନ ଆଜି ଉଦ୍ଘାଟିତ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଆଜି ଉଦ୍ଘାଟନୀ ଅବସରରେ ମୂଖ୍ୟ ଅତିଥି ଭାବେ ସିଇଓ ବ୍ରଜବନ୍ଧୁ ମିଶ୍ର ଯୋଗ ଦେଇଥିଲେ । ମୂଖ୍ୟ ଅତିଥୁ ହେଲିକପ୍ଟର ଯୋଗେ ଭୁବନେଶ୍ଵରରୁ ବାହାରି ଟାରେ ସହଲା ଖେଳ ପଡିଆରେ ଓହ୍ଲାଇବା ପରେ କମିଟୀ ପକ୍ଷରୁ କିର୍ତ୍ତନ, ଦୁଲଦୁଲୀ, ବ୍ୟାଣ୍ଡ ବାଜା ସହ ତାଙ୍କୁ ପାଛୋଟି ନିଆଯାଇଥିଲା । ଏସୋସିଏସନର ସଭାପତି ହିଂମାଶୁ ଶେଖର ବିଶ୍ଵାଳଙ୍କ ସଭପତିତ୍ୱରେ ସମ୍ମାନିତ ଅତିଥି ଭାବେ ବିଜୟା ନନ୍ଦ ମିଶ୍ର,(ସମାଜ ସେବୀ)ରାରିଏନ ଫୁଡୱେକ ଲିମିଟେଡ ର ଡାଇରେକ୍ଟର ଅନିରୁଦ୍ଧ ମିଶ୍ର ,ଲକ୍ଷ୍ମୀଧର ନାୟକ, କିଶୋର ବିଶ୍ୱାଳ, କନ୍ଦରପ ସାହୁ, ସମ୍ପାଦକ ଗୋପାଳ ବାରିକ, ଉପସଭାପତି ଜିତେନ୍ଦ୍ର ଵିଶ୍ବାଲ,ଟୁନା ପାଣ୍ଡେ, ବଙ୍ଗାଳୀ ଵିଶ୍ବାଲ,ମକରଧ୍ଵଜ ବିଶ୍ଵାଲ,ଵିରଵର ବିଶ୍ବଲ,କ୍ରିଡାବିତ ଦେବରାଜ ଵିଶ୍ବାଲ,ନେସେନାଲ ରେଫରୀ ନିରଞ୍ଜନ ନାୟକ ଯୋଗ ଦେଇଥିଲେ । ସଂପାଦକ ଗୋପାଳ ବାରିକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।ରାଜୁ ନନ୍ଦ ଓ ମଣିଲାଲ ଶର୍ମା ସଭା ସଂଯୋଜନା କରିଥିଲେ ।ଅତିଥିମାନେ ଦୀପ ପ୍ରଜ୍ଵଳନ ପୂର୍ବକ ଟୁର୍ଣ୍ଣାମେ କୁ ପତାକା ଉଳନ ପୂର୍ବକ ଉଦ୍ଘାଟନ କର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟନୀ ବେଳେ ପ୍ରଦର୍ଶନ କରାଯାଇଥିଲା । ଉଦ୍ଘାଟନୀ ମ୍ୟାଚ ରାଇଜିଙ୍ଗ କ୍ଲବ ( ରାଉରକେଲା, ଓଡିଶା), ସି.ଆଇ,ଏସ୍ .ଏଫ୍ ଦିଲ୍ଲୀ, ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେବା ଦଳ ଗୁଡିକ ହେଲେ ଭାଇଜାକ ରେଲୱେ ଆନ୍ଧ୍ରପ୍ରଦେଶ ,ହରିଆନା ସ୍ପାଇକର୍ ଚଣ୍ଡିଗଡ଼ , ଇଷ୍ଟକୋଷ୍ଟ ରେଲୱେ, ସ୍ପୋର୍ଟ ହଷ୍ଟେଲ୍ ଭୁବନେଶ୍ବର ଭଳି ଦଳ ଭାଗ ନେଇଛନ୍ତି।ଖେଳ ଦେଖୁବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଖଚାଖଚ ଭିଡ ରହିଥିବା ବେଳେ କାର୍ଯ୍ୟକ୍ରମ ରେ ଭଲିଵଲ ର ସମସ୍ତ ସଭ୍ଯ ସହ ଯୋଗ କରିଛନ୍ତି ।
ରାଜ୍ୟ
ସର୍ବ ଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେ ଅନୁଷ୍ଠିତ
- Hits: 19