( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): , ମୋ ଖଲିକୋଟ,l love khallikote ବୋଲି ଲେଖାଥିବା ବସଷ୍ଟାଣ୍ଡ ରେ, ଶିଶୁ ଉଦ୍ୟାନ ର ସମ୍ମୁଖ ଭାଗରେ, ହେଲେ ଖଲ୍ଲିକୋଟରଏନ୍ ଏ ସି ଚାଲିଛି ନାହିଁ ନାହିଁ ରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ, ପ୍ରତିଷ୍ଠା ହୋଇ ଛି ୧୯୭୨ ମସିହାରେ । କିନ୍ତୁ କ୍ଷୋଭର ବିଷୟ ଏପର୍ଯ୍ୟନ୍ତ ହୋଇ ପାରିନାହିଁ ଵସ୍ ଷ୍ଟାଣ୍ଡ ଟି ଏ , ଯାନ ବାହାନ ପାଇଁ ପାର୍କିଂ। ଯାହା ଫଳରେ କି ମର୍ଦ୍ଦରାଜ ହାଇସ୍କୁଲ ସମ୍ମୁଖ ରାସ୍ତା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ପ୍ରବେଶ ଫାଟକକୁ ଧରି ଏ ମୁଣ୍ଡ ରୁ ଧରି ସେ ମୁଣ୍ଡ ପର୍ଯ୍ୟନ୍ତ ବାଇକ୍ ର ରହଣି ପାଲଟିଛି ମରଣଯନ୍ତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତା ସାଙ୍ଗକୁ ଦେଖିବାକୁ ମିଳିଛି , ସର୍ଵ ସାଧାରଣ ପାଠାଗାରର ନାମକରଣ ଥିବା ପୁରା ଅଗ୍ରଭାଗରେ ପରିବା ବିକାଳୀ ଙ୍କ ଉଠା ଦୋକାନ, ଆଚ୍ଛାଦିତ କରି ଛନ୍ତି ଦୋକାନୀ ସମୂହ ସର୍ବ ସାଧାରଣ ପାଠାଗାର କୁ, ପାଠକଙ୍କ ଯିବାର ଆସିବା ର ଅସୁବିଧା ବିଷୟରେ ଚର୍ଚ୍ଚା ଜୋର ରେ ଧରିଛି ବୋଲି ଜଣାପଡିଛି। ସେହି ପରି ଇଣ୍ଡିଆନ ବ୍ୟାଙ୍କ,ଏଲ ଆଇ ସି ଅଫିସ୍, ଭାରତୀୟ ଷ୍ଟେଟ ବ୍ୟାଙ୍କର ସମ୍ମୁଖ ରେ ଗ୍ରାହକଙ୍କ ଯାନବାହାନର ଭିଡ଼ ହେବା ର ପରିଲକ୍ଷିତ ହେଉଛି। ଏକ୍ଷେତ୍ରରେ ଟ୍ରାଫିକ୍ ର ସମସ୍ୟା ଉପୁଜୁଥିବା ଜଣାଯାଏ। ଏଠାରେ ପ୍ରଶାସକ ଜାଣି ଶୁଣି ନୀରବ ଦ୍ରଷ୍ଟା ସାଜିଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ରେ ଧରିଛି।
ରାଜ୍ୟ
କହିଲେ କୁଳ କୁଟୁମ୍ବ କୁ ଲାଜ, ନକହି ଲେ କୁଳ ଭାସିଯାଉଛି ।
- Hits: 6