ବିଜେପୁର /ସୁଶାନ୍ତ ସାହୁ ତା ୧୧-୦୨-୨୦୨୫ମଙ୍ଗଳବାର ଦିନ ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ମହାବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଓଡିଶା ଷ୍ଟେଟ କମିଶନ ଫର ଓମେନ ବରଗଡ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି l ଏଥିରେ ୱାଲଫୈର ଅଫିସ ବରଗଡ ସମ୍ପୂର୍ଣ ଭାବରେ ସାହାଯ୍ୟ କରିଥିଲେ l ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ବାଗଦେବି ସରସ୍ବତୀ ଓ ଇଷ୍ଟଦେବୀ ମା ସମଲେଶ୍ୱରୀ ଠାରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା ଓ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିଲେ l ଓଡ଼ିଆ ଅଧ୍ୟାପକ ଶ୍ରୀ ସରୋଜ କୁମାର ପାଣିଗ୍ରାହୀ ଅତିଥି ପରିଚୟ କରିଥିଲେ l ଏଥିରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଜମିଦାର ଶ୍ରୀମାନ ସନତ କୁମାର ଗଡ଼ତିଆ, ସମ୍ମାନିତ ଅତିଥି ଅଧ୍ୟକ୍ଷ ବିଜେପୁର ମହାବିଦ୍ୟାଳୟ ପ୍ରଦୀପ କୁମାର ମିଶ୍ର, DSWO ବରଗଡ ସନ୍ଧ୍ୟାରାଣୀ ନେପାକ, DSP ବରଗଡ ଶ୍ରୀମତୀ ରୀନା ବେହେରା, ପ୍ରୋଟେକସନ ଅଫିସର ବରଗଡ ଶ୍ରୀମତୀ ମାଙ୍ଗଳିକା ଦାଶ ମଞ୍ଚାସିନ ଥିଲେ l ଜନନୀ "ଜନ୍ମ ଭୂମିଶ୍ଚ ସ୍ଵର୍ଗାତ ଅପି ଗରୀୟସୀ "ଆଜିକାର ସମାଜରେ ନାରୀର ଭୂମିକା ସର୍ବାଗ୍ରେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଅଧ୍ୟକ୍ଷ ଶ୍ରୀମାନ ମିଶ୍ର ତାଙ୍କର ଅଭିଭାଷଣରେ ନାରୀର ବିକଳ୍ପ ଅସମ୍ଭବ ବୋଲି କହିଥିଲେ l ଶ୍ରୀମତୀ ମାଙ୍ଗଳିକା ଦାସ ତାଙ୍କର କାର୍ଯ୍ୟାଳୟ କୁ ଆସୁଥିବା ନାରୀ ସମ୍ମଦ୍ଧିୟ ସମସ୍ୟା ତାର ସମାଧାନ ର ଅନୁଭୂତି କୁ ଛାତ୍ରୀ ମାନଙ୍କ ଆଗରେ ପ୍ରକାଶ କରିଥିଲେ l ଟେକିନିକାଲ ସେସନ ରେ ଆଇନଜୀବୀ ଶ୍ରୀମାନ ସୀତାରାମ ମେହେର ବାରଆଶ୍ସୋସିଏସନ ବରଗଡ ଅଣ୍ଡରଷ୍ଟାଡିଙ୍ଗ ଜେଣ୍ଡର ଆଣ୍ଡ ଜେଣ୍ଡର ବେସଡ଼ ଭାଉଲେନ୍ସ ଏଣ୍ଡ ଓଭର ଭିୟୁ ଅଫ ଲିଗାଲ ରାଇଟ ଫର ଓମେନ ଉପରେ ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ, ଭାରତ ସମ୍ଭିଧାନ ରେ ଉଲ୍ଲେଖଥିବା ନାରୀ ସୁରକ୍ଷା ପାଇଁ ଧାରା ମାନଙ୍କ ଉପରେ ଆଲୋକପାତ କରିଥିଲେ l ଅନ୍ୟ ଜଣେ ଆଇନଜୀଵୀ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ସ୍କିମସ ଏଣ୍ଡ ପ୍ରୋଗ୍ରାମ ଫର ଓମେନ ଏକସେସିଂ ଲିଗାଲ ଏଟ ଏଣ୍ଡ ଜଷ୍ଟିସ ମେକାନିଜମ୍ ଉପରେ ଆଲୋଚନା କରିଥିଲେ। ଛାତ୍ରୀମାନଙ୍କୁ ବିପଥ ଗାମୀ ନା ହୋଇ ନିଜ ଉଜ୍ଜଳ ଭାଭିଷ୍ୟତ ତୋଳିବାପାଇଁ ସଦାସର୍ବଦା ଚେଷ୍ଟିତ ରହିବାକୁ କହିଥିଲେ। ସଭାଶେଷରେ ତରୁଣ ପୃସେଠ୍, ଷ୍ଟେଟ କମିଶନ ଫର ଓମେନ ରା କର୍ମକର୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ବିଜେପୁର ମହାବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ
- Hits: 23