ହେଡଲାଇନସ୍:

ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର,ଶାସକପ୍ରଶାସକ(ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ସର୍ଗୁଲ ରେ ଡୁଙ୍ଗୁରିପାଲି ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ କୁ ସର୍ଗୁଲ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ପାଣ୍ଡେ, ମୁଖ୍ଯ ଅତିଥିଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ପୁରନ୍ଦର ସାହୁ , ସର୍ଗୁଲ ଗ୍ରାମ ପଞ୍ଚାୟତ ଯୋଗାଣ ଅଧିକାରୀ ପିଣ୍ଟୁ ଦାଶ ଓ ବିଦ୍ଯାଳୟ ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସାହୁ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ସଂସ୍କୃତ ଶିକ୍ଷକ ନିମାଇଁ ଚରଣ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟାଳୟ ର ଛାତ୍ରୀ ମାନେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଅତିଥି ଙ୍କୁ ସ୍ୱାଗତ କରିବା ପରେ ସ୍ୱାଗତ ସଂଗୀତ ଗାନ କରିଥିଲେ l ଅତିଥି କ୍ରୀଡା ଶିକ୍ଷକ ଯାଦବ ବେହେରା ଖେଳ ପରିଚାଳନା କରିଥିଲେ ୧୦ ଟି ଇଭେଣ୍ଟ ରେ ପ୍ରାୟ ୧୧୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ,ଏଥିରେ ବରିଷ୍ଠ ଶିକ୍ଷକ ସୋମନାଥ ହାତୀ, ଅତିଥି ଶିକ୍ଷକ ଚୈତନ୍ଯ ମଲ୍ଲିକ, ଶିକ୍ଷକ ସୁନିଲ କୁମାର ସାହୁ,ପ୍ରଫୁଲ୍ଲ କୁମାର ସାହୁ,ଗୋପାଲ କୃଷ୍ଣ ସାହୁ ,ସନ୍ତୋଷ କୁମାର ମେହେର, ବଳଦେବ ସ୍ବାଇଁ,ଧନପତି ସାହୁ ସହଯୋଗ କରିଥିଲେ। ଶେଷ ରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରା ଯାଇଥିଲl।

0
0
0
s2sdefault