ହେଡଲାଇନସ୍:

ଭାରି ଯାନ ଚଳାଚଳ ଯୋଗୁଁ ରାସ୍ତା ଖରାପ, ଯାତାୟାତ ରେ ଅସୁବିଧା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୋଇଲାରି ପଞ୍ଚାୟତ ର ଝାଲିଆଗୁଡ଼ା ଠାରୁ ଜି କାମତା, କୋଇଲାରି ଓ ଖୁଟୁ ଗୁଡା ପର୍ଯ୍ୟନ୍ତ ରାସ୍ତା ଭାରିଯାନ ଚଳାଚଳ ଯୋଗୁଁ ନିର୍ମାଣ ର ୮ ମାସ ମଧ୍ୟରେ ଖରାପ ହୋଇଯାଇଛି। ଯୋ ଦ୍ଵାରା ସାଧାରଣରେ ଅସନ୍ତୋଷ ଦେଖାଦେବା ସହ ଶୀଘ୍ର ମରାମତି ନେଇ ଦାବୀ ହୋଇଛି। ସୂଚନା ଅନୁଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୩/୨୪ ଆର୍ଥିକ ବର୍ଷରେ ୩ କୋଟି ୩୨ ଲକ୍ଷ ବ୍ୟୟରେ ଝାଲିଆ ଗୁଡା ଛକ ଠାରୁ ଜି କାମତା, କୋଇଲାରି ଓ ଖୁଟୁ ଗୁଡା ଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ୭.୫୭୦ କିମି ର ଏହି ପିଚୁ ରାସ୍ତା ୮ ମାସ ତଳେ ସମାପ୍ତ ହୋଇଥିଲା।ପିଚୁ ରାସ୍ତା ନିର୍ମାଣ ପରେ ଏହି ରାସ୍ତା ଦେଇ ସରାଗୁଡା, କେନ୍ଦୁ ଗୁଡା ଓ ଝାଲିଆ ଗୁଡା ର ଲୋକେ କୋଇଲାରି ପଞ୍ଚାୟତ କୁ ଯାତାୟାତ ର ସୁବିଧା ପାଇଥିବା ବେଳେ କୋଇଲାରି ପଞ୍ଚାୟତ ବାସି ଡାବୁଗାଁ ବ୍ଲକ କାର୍ଯ୍ୟାଳୟ କୁ ଆସିବା ସହଜ ହୋଇଥିଲା। ତେବେ ଲୋକଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହୋଇଥିବା ଏହି ରାସ୍ତାରେ ବାଲି ବୋଝେଇ, ମେଟାଲ ବୋଝେଇ ଭାରି ଯାନ ଦିନ ରାତ୍ର ଚଳ ପ୍ରଚଳ କରିବା ପରେ ପିଚୁ ରାସ୍ତା ଖରାପ ହୋଇଯାଇଛି। ବହୁ ସ୍ଥାନରେ ପିଚୁ ଉଠି ଯିବା ସହ ମେଟାଲ ଗୋଡ଼ି ବାହାରି ପଡିଛି। ଭାରି ଯାନ ଚଳାଚଳ ବନ୍ଦ କରା ନ ଗଲେ ଅଳ୍ପ ଦିନ ମଧ୍ୟରେ ୩ କୋଟି ରୁ ଉର୍ଦ୍ଧ ବ୍ୟୟରେ ନିର୍ମିତ ଏହି ରାସ୍ତା ସମ୍ପୂର୍ଣ ଖରାପ ହୋଇଯିବାର ସମ୍ଭାବନା ଦେଖା ଦେଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ୨୧.୭୯ ଲକ୍ଷ ରହିଥିଲେ ସୁଦ୍ଧା ଏହି ରାସ୍ତା ଦେଇ ଭାରି ଯାନ ଚଳ ପ୍ରଚଳ କଲେ ଏହାର କୌଣସି ସୁଫଳ ନ ମିଳିବାର ସମ୍ଭାବନା ଦେଖା ଦେଇଛି। ୩ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଏହି ପିଚୁ ରାସ୍ତା ନିର୍ମାଣ ପରେ କୋଇଲାରି ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ଏବେ ୮ ମାସ ମଧ୍ୟରେ ରାସ୍ତା ଖରାପ ହେବା ପରେ ମେଟାଲ ଗୋଡ଼ି ରାସ୍ତାରେ ଯାତାୟାତ କରିବା ଦୁର୍ବିସହ ହୋଇ ପଡିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ରାସ୍ତା ଉପରେ ଭାରିଯାନ ଚଳାଚଳ ବନ୍ଦ କରିବା ସହ ରାସ୍ତାର ପୁନଃ ମରାମତି ନେଇ ଅଞ୍ଚଳ ବାସି ଦାବୀ କରିଛନ୍ତି।

0
0
0
s2sdefault