ଭଞ୍ଜନଗର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଆଇନ ସଚେତନତା କାର୍ଯକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା }: ଅଦ୍ୟ ତା ୧୧ ଫେବୃୟାରୀ ୨୦୨୫ ମଙ୍ଗଳ ବାର ଦିନ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ, ଭଞ୍ଜନଗର ସହାୟତାରେ ସ୍ଥାନୀୟ ଟାଉନ ହଲ ଠାରେ ଆଇନ ସଚେତନତା କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା ।

ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି ଉପାଧକ୍ଷା ଶ୍ରୀମତୀ ଶୁଭଶ୍ରୀ ଦାଶ, ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ନରିସଭା ନାୟକ, ଗଞ୍ଜାମ ଜିଲ୍ଲା ପିଓ ଜି ନାଗରତ୍ନମ୍, ସି.ଡି.ପି.ଓ ଶ୍ରୀମତୀ ମିଳିମା କୁମାରୀ ପଣ୍ଡା, ବରିଷ୍ଠ ଆଇନଜିବୀ ଅଳକାମଞ୍ଜରୀ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ସ୍ନିଗ୍ଧା ଦାଶ, ସନ୍ତୋଷ କୁମାର ନାୟକ, ଊପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରି ଶଙ୍କର ଶତପଥି, ରିସର୍ସ ପର୍ସନ୍ ଦାସରଥୀ ତ୍ରିପାଠୀ, କେ.ଏସ୍. ୟୁ.ବି କଲେଜ୍ ଅଧ୍ୟାପକ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ୱାନ ସ୍ଟପ୍ ସେଣ୍ଟର୍ ସଂଯୋଜିକା, ସଖି ସଦନ ସଂଯୋଜିକା, ବ୍ରହ୍ମପୁର, ଆଇନା ଏନ୍ ଜି ଓ ଅଧିକାରୀ, ଭଞ୍ଜନଗର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭଞ୍ଜନଗର, ଏନ୍.ଏ.ସି ଯନ୍ତ୍ରି, ମିଶନ ଶକ୍ତି ବ୍ଲକ ସଂଯୋଜକ ଅଧିକାରୀ ସମେତ ସମସ୍ତ ଅଞ୍ଚଳ ପରିଦର୍ଶୀକା ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ଏସ୍ ଏଚ୍ ଜି ମାଁ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ସହିତ, କଲେଜ ଛାତ୍ର ଛାତ୍ରୀ, ସି ଆର ପି , ଏମ ବି କେ , ଅଙ୍ଗନୱାଡି କର୍ମୀ ଗଣ, ଆଶା କର୍ମୀ ଗଣ ମଧ୍ୟ ଉପସ୍ଥିତ ଥିଲେ। ପ୍ରଦୀପ ପ୍ରଜ୍ଵଳନ ସମ୍ପାଦନ ପରେ ସି.ଡି.ପି.ଓ ମ୍ୟାଡେମ୍ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ସମ୍ଵନ୍ଧରେ ଆଲୋଚନା କରିଥିଲେ। ପ୍ରିୟ ବିଧାୟକ ମହୋଦୟ ମଧ୍ୟ ଏହି କାର୍ଯକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବରିଷ୍ଠ ଆଇନଜିବୀ ଗଣ ତଥା ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ନାରୀମାନଙ୍କ ପାଇଁ ଆଇନ ସଚେତନ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ରିସର୍ସ ପର୍ସନ୍ ଦାସରଥୀ ତ୍ରିପାଠୀ ପ୍ରୋଜେକ୍ଟର ମାଧ୍ୟମରେ ଘରୋଇ ହିଂସା ଠାରୁ ଆରମ୍ଭକରି ବିଭିନ୍ନ ସ୍ତରରେ ହେଉଥିବା ନାରୀ ମାନଙ୍କ ପ୍ରତି ହିଂସା, ନିର୍ଯାତନା ଏବଂ ତାହାର ପ୍ରତିକାର ପାଇଁ ସରକାରଙ୍କ ତରଫରୁ ହୋଇଥିବା ଆଇନଗତ ଯୋଜନା ସହାୟତା ରାଶି ଏବଂ ଛାତ୍ର ଛାତ୍ରୀ କିପରି ସଚେତନ ହୋଇ ନିଜେ ଶିଖିବେ ଏବଂ ଅନ୍ୟକୁ ପରାମର୍ଶ ଦେବେ ସମସ୍ତ ବିଷୟ ଉପରେ ଆଲୋକପାତ କରିଥିଲେ । କୋଣଅନୁକୋଣ ରୁ ଆସିଥିବା ସମସ୍ତ ଛାତ୍ର ଛାତ୍ରୀ ଏବଂ ଏସ୍.ଏଚ୍ .ଜି ମାଁ ମାନେ ଏହି କାର୍ଯକ୍ରମକୁ ପ୍ରଶଂସା କରିଥିଲେ । ଶେଷରେ ଅଙ୍ଗନୱାଡି କର୍ମୀ ଅଲିଭା ପାତ୍ର କାର୍ଯକ୍ରମ କୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault