ହେଡଲାଇନସ୍:

ଦୀର୍ଘ ୫ ମାସ ହେବ ବନ୍ଦ ପଡ଼ିରହିଛି ନଳକୂପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା (ଲିପନ ନାଏକ )ଆଗାମୀ ଦିନରେ ଗ୍ରୀଷ୍ମର ପ୍ରବାହ ହେବାକୁ ଥିବାବେଳେ ଏବେଠୁ ଦେଖାଗଲାଣି ପାଣି ଅସୁବିଧା l କେତେକ ଅଂଚଳରେ ପାଣିର ଅଭାବ ଦେଖିବାକୁ ମିଳୁଥିବା ବେଳେ ଗ୍ରାମେ ଗ୍ରାମେ ନଳକୂପ ଗୁଡିକ ମଧ୍ୟ ଖରାପ ହୋଇ ପଡ଼ିରହିଛି l ବିଭିନ୍ନ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ମାସ ମାସ ଧରି ନଳକୂପ ଗୁଡିକ ବନ୍ଧ ରହି ପଡିଛି ବାରମ୍ବାର ଅଭିଯୋଗ ସ୍ୱତ୍ୱେ ନା ପଂଚାୟତ ପ୍ରଶାସନ ନା ବ୍ଲକ ପ୍ରଶାସନ କେହି ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି l

ସୂଚନାଯୋଗ୍ୟ ଯେ ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଂଚାୟତ ଛେପରାବେଡା ଗ୍ରାମର ୪ ଗୋଟି ନଳକୂପ ଥିବାବେଳେ ଗୋଟିଏ ନଳକୂପ ୫ ମାସରୁ ଅଧିକ ହେବ ଖରାପ ହୋଇପଡିଛି l ହେଲେ ଚଳିତ ଗ୍ରୀଷ୍ମ ପ୍ରଭାବ ଯୋଗୁ ଅନ୍ୟ ନଳକୂପ ମାନେ ଜଳ ସ୍ତର କମିବାକୁ ବସିଥିବା ବେଳେ ଖରପା ହୋଇ ପଡିରହିଥିବା ନଳକୂପ ଅଖାପାଖ ଅଞ୍ଚଳରେ ପ୍ରାୟ ୪୦ ପରିବାର ଓ ୧୦୦ ଜନସଂଖ୍ୟା ରହୁଥିବା ଗ୍ରାମବାସୀ କହିଛନ୍ତି l ନଳକୂପଟି ଖରାପ ହୋଇ ପଡିଥିବାରୁ ବାଧ୍ୟତା ଅନ୍ୟ ପରିବାର ମାନେ ଅନ୍ୟ ନଳକୂପ କୁ ତଥା ୫୦୦ ମିଟର ଦୂରକୁ ଯାଇ ନିଜ ଖାଇବା ପିଇବା ବ୍ୟବହାର ପାଇଁ ପାଣି ଆଣିବାକୁ ଯାଇଥାନ୍ତି l ଏହାକୁ ନେଇ ଗ୍ରାମର ସରୋଜ ରଣା କହନ୍ତି ଏହାକୁ ନେଇ ଆମ୍ଭେ ଅନେକ ଥର ପଞ୍ଚାୟତ ତଥା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିସାରିଥିଲେ ମଧ୍ୟ କେହି ଏହାକୁ ଧ୍ୟାନ ଦେଉନାହାନ୍ତି l ଏଣୁ ତୁରନ୍ତ ଏହି ନଳକୂପର ମରାମତି ପାଇଁ ଗ୍ରାମବାସୀଙ୍କ ଦାବି ହେଉଛି l

0
0
0
s2sdefault