ହେଡଲାଇନସ୍:

ଇଂରାଜୀ ଭାଷା ସାହିତ୍ୟ ସମାଜର କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ:(ସେକ କୌସର):ବାଲୁଗାଁ ମହାବିଦ୍ୟାଳୟର ଇଂରାଜୀ ଭାଷା ସାହିତ୍ୟ ସମାଜ ପକ୍ଷରୁ "ସାହିତ୍ୟ ଓ ଜୀବନ " ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହେବା ସହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ଆବାହିକା ତଥା ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଉକ୍ତ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଉତ୍ସବର ମୁଖ୍ୟ ଅତିଥି ତଥା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର କଳ୍ପନା ଦାଶ ଓ ମୁଖ୍ୟ ବକ୍ତା ତଥା ପ୍ରାକ୍ତନ ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ଜୟନ୍ତୀ ସାମଲ ଯୋଗଦେଇ ସାହିତ୍ୟ ଓ ସର୍ଜନଶୀଳତା ସହିତ ଦୈନନ୍ଦିନ ଜୀବନର ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରି ଶିକ୍ଷାର୍ଥୀମାନଙ୍କୁ ଅନୁପ୍ରାଣିତ କରିଥିଲେ l ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଶ୍ରୀଚନ୍ଦନ ମଧ୍ୟ ସାମ୍ପ୍ରତିକ ସମୟରେ ଇଂରାଜୀ ଭାଷା ସାହିତ୍ୟର ଗୁରୁତ୍ୱ ଓ ନିଯୁକ୍ତି ପ୍ରୟୋଜନୀୟତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସାହିତ୍ୟ, ସର୍ଜନଶୀଳତା ଓ ଦୃଷ୍ଟି ସମ୍ପ୍ରସାରଣର ବିଭିନ୍ନ ଦିଗ ଦିଗନ୍ତ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଇଂରାଜୀ କଥନ, ଶ୍ରବଣ, ପଠନ ଲିଖନ ଦକ୍ଷତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ପତିତପାବନ ପଣ୍ଡା l

0
0
0
s2sdefault