ସୁବର୍ଣ୍ଣପୁର,ଶାସକପ୍ରଶାସକ(ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏଥିରେ ଡୁଙ୍ଗୁରିପାଲି ବ୍ଲକର ରାମପୁର, ବାଙ୍କିପାଲି ଓ ମାୟାବର୍ହା ଏହିପରି ୩ଟି କ୍ଲଷ୍ଟରର ୧୬୪ ଜଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୧୨୬ ଜଣ ଛାତ୍ରଛାତ୍ରୀମାନଙ୍କ ପରବର୍ତ୍ତୀ ସମୟରେ ଚଷମା ପ୍ରଦାନ କରାଯିବ । ୪ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ସୁବର୍ଣ୍ଣପୁରକୁ ଉତ୍ତମ ଚିକିତ୍ସା ପାଇଁ ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ହୋତା ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ,ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଗଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁ , ସୀତାରାମ ପଧାନ, ଅନ୍ତର୍ନିବେଶୀ ସ୍ବେଚ୍ଛାସେବୀ ହିମାଂଶୁ ଶେଖର ସାହୁ ଓ ଲୋଚନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସରକାରୀ ଉଚ୍ଚ ବିଦ୍ୟାଳୟ, ରାମପୁରର ସମସ୍ତ ଶିକ୍ଷକ ଓ କର୍ମଚାରୀ, ସ୍ଥାନୀୟ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ପ୍ରଦୀପ୍ତ କୁମାର ଦାସ,ବାଙ୍କିପାଲି ସାଧନା କେନ୍ଦ୍ର ସଂଯୋଜକ ସୁନିଲ କୁମାର ସେଠ୍, ଶିକ୍ଷକ ବଳଦେବ ସାହୁ, ବିଶ୍ଵସମ୍ରାଟ ଭୋଇ, ତରଙ୍ଗିଣୀ ମହାପାତ୍ର ଓ କୃଷ୍ଣଚନ୍ଦ୍ର ବାରିକ, ସମାଜ ସେବୀ ସୁମନ୍ତ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସଫଳ ହୋଇଥିଲା ।
ରାଜ୍ୟ
ସରକାରୀ ଉଚ୍ଚ ବିଦ୍ୟାଳୟ ରାମପୁରଠାରେ ବ୍ଲକ ସ୍ତରୀୟ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 7