ହେଡଲାଇନସ୍:

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାନଦିହ ପଞ୍ଚାୟତ ରେ ନାୟକାନଦିହ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କର୍ମ ରେ ଅତିଥି ଭାବେ ଶିକ୍ଷାବିତ୍ ରତ୍ନାକର ମଲ୍ଲିକ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଅମିୟ କୁମାର ମହାଳିକ, ବିକାସ କୁମାର କାଠ, ଅଧ୍ୟାପକ ଚନ୍ଦ୍ର ଶେଖର ବେହେରା ଯୋଗ ଦେଇଥିଲେ।। ସଭାପତି ପୂର୍ବତନ ପ୍ରଧାନ ଶିକ୍ଷକ ଗଦାଧର ଦାସ ଙ୍କ ସଭାପତିତ୍ଵ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ପ୍ରଧାନ ଆଚାର୍ଯ୍ୟ ମମତା ବାରିକ୍ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୁରୁଜୀ ମନୋଜ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୂରୁମା ମନୋରମା ଜେନା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।। ସମ୍ପାଦକ ଶରତ କୁମାର ବାରିକ୍ ଙ୍କ ସଂଯୋଜନା ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା।ଏହି ଅବସର   ଅତିଥି ଶିକ୍ଷାବିତ ରତ୍ନାକର ମଲ୍ଲିକ ଙ୍କୁ ବିଦ୍ୟାଳୟ ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ   , ସଙ୍ଗୀତ , ନୃତ୍ୟ ଅନୁଷ୍ଠିତ   ହୋଇ ଯାଇଛି। ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଶିକ୍ଷାବିତ୍,, ଉପସ୍ଥିତ ରହି ଥିଲେ।

0
0
0
s2sdefault