ଲଙ୍କାଗଡ ଠାରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବୈଠକ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଜଗନ୍ନାଥ ପ୍ରସାଦ ବ୍ଳକ୍ ଅନ୍ତର୍ଗତ ଲଙ୍କାଗଡ଼ ସ୍ଥିତ ଶ୍ରୀଶ୍ରୀ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଘୁମୁସର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର ଏକ ପ୍ରଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁ ରିତି ନିତି ପରମ୍ପରା ଧର୍ମ ଶାସ୍ତ୍ରାନୁସାରେ ମକର ସଂକ୍ରାନ୍ତି ହେଉଛି ମହାନ୍ ପବିତ୍ର ପୂର୍ଣ୍ଣ ଦିବସ। ଏହି ଦିନ ପୂର୍ଣ୍ୟ ନଦୀ ଗଙ୍ଗା ଠାରେ ବିରାଟ କୁମ୍ଭ ମେଳାର ଆୟୋଜନ ହୋଇଥାଏ। କାରଣ ଏହିଦିନ ଠାରୁ ସକଳ ଶକ୍ତିର ଆଧାର ସୂର୍ଯ୍ୟନାରାୟଣ ଙ୍କ ଉତ୍ତରାୟଣ ଗତି ହୋଇଥାଏ। ଫଳରେ ଏହି ଦିନ ଠାରୁ ଆଲୋକର ଗତି ଓ ଜୀବନ ଉତ୍ସ ମଧ୍ୟ ବୃଦ୍ଧି ପାଇ ଦିବସ ମଧ୍ୟ ବଡ ହୋଇଥାଏ। ଏହି ସମୟ ଦେବୀ ସଂକ୍ରାନ୍ତି ତିଥିରେ ଭଗବାନ୍ ଶଙ୍ଖରାସୁର କୁ ବଧ କରିଥିଲେ। ସେଥି ନିମିତ୍ତ ଏହି ମହାନ ଦୀନ ବାର ତିଥିରେ ଘୁମୁସର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ମହାନ୍ ବୈଠକ ଓ ଶୋଭାଯାତ୍ରା ଜଗନ୍ନାଥ ପ୍ରସାଦ ପ୍ରଖଣ୍ଡ ରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରଖଣ୍ଡ ରୁ ଆସିଥିବା ଅନେକ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ସ୍ଥାନୀୟ ବଜରଙ୍ଗ ବଲୀ ଆଶ୍ରମ ନିକଟରେ ଏକତ୍ର ହୋଇଥିଲେ। ଏଥିରେ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଜଗନ୍ନାଥ ପ୍ରସାଦ ପ୍ରଖଣ୍ଡ ର ସଭାପତି ଚନ୍ଦ୍ରକାନ୍ତ ଷଡ଼ଙ୍ଗୀ, ମାନସ ରଞ୍ଜନ ଗୈ।ଡ଼,ପ୍ରଶାନ୍ତ କୁମାର ସାହୁ, ସଞ୍ଜୟ ପ୍ରଧାନ, ସନ୍ୟାସୀ ରାଓ, ବିନୋଦ ମହାରଣା, ଜଗନ୍ନାଥ ନାୟକ,ଆଲୋକ ସେଠୀ,ସୈ।ରେ ମହାରଣା,କାହ୍ନା ମହାରଣା, ହିମାଂଶୁ ପରିଡ଼ା ଙ୍କ ସମେତ ଅନେକ ବଜରଙ୍ଗୀ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ସମସ୍ତ କାର୍ଯ୍ୟକର୍ତ୍ତା ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ହନୁମାନଙ୍କ ଚିତ୍ରିତ ବଡ଼ ବଡ଼ ଧ୍ୱଜା ହାତରେ ଧାରଣ କରି ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଜୟ୍ ଶ୍ରୀରାମ୍ , ଜୟ୍ ହନୁମାନ, ଭାରତ ମାତାଙ୍କ ଜୟ, ବନ୍ଦେ ମାତରଂ ନାରା ଦେଇ ବିରାଟ ଶୋଭାଯାତ୍ରାରେ ଉକ୍ତ ବଜରଙ୍ଗ ବଲୀ ଆଶ୍ରମ ରୁ ବାହାରି ନଗର ପରିକ୍ରମା କରି ଶେଷରେ ଉକ୍ତ ବ୍ଳକ୍ ଅନ୍ତର୍ଗତ ଲଙ୍କାଗଡ଼ ର ଶ୍ରୀଶ୍ରୀ ରାମେଶ୍ବର ମନ୍ଦିର ଠାରେ ପହଞ୍ଚିଥିଲେ। ଏବଂ ସେଠାରେ ଏକ ଭବ୍ୟ ବୈଠକ ର ଆୟୋଜନ ହୋଇଥିଲା।
ଏଠାରେ ଉପସ୍ଥିତ ସାଧୁସନ୍ଥ ସନ୍ୟାସୀ ଓ ବରିଷ୍ଠ ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ପ୍ରଥମେ ମନ୍ତ୍ର ଧ୍ୱନୀ ଉଚ୍ଚାରଣ ରେ ଭଗବାନ୍ ଶ୍ରୀରାମ ଓ ହନୁମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅତିଥି ମାନେ ଆସନ ଅଳଙ୍କୃତ ପରେ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ବିଶ୍ବହିନ୍ଦୁ ପରିଷଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀଧର ପଣ୍ଡା, ଘୁମୁସର ଜିଲ୍ଲା ସଭାପତି ସୁଧିର କୁମାର ନାୟକ, ସମ୍ପାଦକ ବଟକୃଷ୍ଣ ପଣ୍ଡା, ବଜରଙ୍ଗ ଦଳ ଘୁମୁସର ଜିଲ୍ଲା ସହ ପ୍ରମୁଖ ଅଜୟ ମହାପାତ୍ର, ଶିବାନନ୍ଦ ମହାପାତ୍ର, ସଂଯୋଜକ ସଞ୍ଜୟ କୁମାର ସାହୁ, ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସହ ସଂଯୋଜକ ରାମକୃଷ୍ଣ ଦାସ,ପ୍ରଖଣ୍ଡ ସଂଯୋଜକ ଗିରିସ୍ ଚନ୍ଦ୍ର ବିଷୋୟୀ ଙ୍କ ସହିତ ଦିପୁ ପ୍ରଧାନ, ନିପୁ ପ୍ରଧାନ, ରାମନାରାୟଣ ପଣ୍ଡା, ନୀଳାଦ୍ରି ଉଦଣ୍ଡ୍ରା, ଗଣେଶ ମାଝି,ସିମାଞ୍ଚଳ ସାହୁ, ଚନ୍ଦ୍ରଶେଖର ପଣ୍ଡା,ରଙ୍କନିଧି ସାହୁ, ଶରତଚନ୍ଦ୍ର ସ୍ଵରାଜ ପ୍ରମୁଖ ବରିଷ୍ଠ ଅତିଥି ଉପସ୍ଥିତ ଥିଲେ। ଆଜିର ଏହି ବୈଠକରେ ଚନ୍ଦ୍ରକାନ୍ତ ଷଡ଼ଙ୍ଗୀ ଙ୍କୁ ଘୁମୁସର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ତରଫରୁ ଜଗନ୍ନାଥ ପ୍ରସାଦ ପ୍ରଖଣ୍ଡ ର ସଭାପତି ଦାୟିତ୍ବ ନ୍ୟସ୍ତ କରଯାଇଥିଲା। ଏଥି ସହିତ ଆଗାମୀ ଦିନରେ ହିନ୍ଦୁ ସଂଗଠନ ଗୁଡିକ ଯେପରି ଆହୁରି ଶକ୍ତିଶାଳୀ ହେବ ସେଥିନିମିତ୍ତ ରଣ କୈ।ଶଳ ର ରୂପ ରେଖ ପ୍ରସ୍ତୁତ ହୋଇଥିଲା। ଜାତି, ବର୍ଣ୍ଣ ଓ ରାଜନୈତିକ କ୍ଷେତ୍ରରେ ଆମେ ସମସ୍ତେ ଏକ "ହିନ୍ଦୁ ସନାତନ" ହୋଇ କାର୍ଯ୍ୟକରି ହିନ୍ଦୁ ସଂଗଠନ କୁ ଆଗେଇ ନେବା। ଏବଂ ବିଶ୍ବହିନ୍ଦୁ ପରିଷଦ ଦ୍ଵାରା ସମସ୍ତ ହିନ୍ଦୁ ବିରୋଧୀ ଓ କୁଚକ୍ରୀ ଶକ୍ତିକୁ କିପରି ଧ୍ୱଂସ କରି ନଷ୍ଟ କରିବା ଓ ଆମ ଧର୍ମର ଧ୍ୱଜା କୁ ଉଡ଼ାଇବା ସେ ବିଷୟରେ ବରିଷ୍ଟ କାର୍ଯ୍ୟକର୍ତ୍ତା ମାନେ ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମ ଠୁ ସହର ପ୍ରତି ଘରର ମାତୃଶକ୍ତି,ନାରୀ ଶକ୍ତି କୁ ଜାଗ୍ରତ କରି ଦୂର୍ଗା ବାହିନୀ କୁ ମଧ୍ୟ ପ୍ରତି ପ୍ରଖଣ୍ଡ ରେ ଦୃଢ଼ କରିବା ପାଇଁ ମଧ୍ୟ ସ୍ଥିର କରାଯାଇଛି।

0
0
0
s2sdefault