ବର୍ଦ୍ଧିତ ଭତ୍ତା ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ତା:୧୫.୦୧.୨୦୨୫ରିଖ ( ) ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଓ ଜିଲ୍ଲାପାଳ ରାୟଗଡଙ୍କ ତତ୍ୱବୋଧନରେ ଆଜି ଗୁଣ ବ୍ଲକ ତରଫରୁ ୧୮୮ଜଣ ବରିଷ୍ଠ (୮୦ ବର୍ଷରୁ ଅଧିକ) ଓ ୮୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରାଯାଇଥିଲା । ଗୁଣପୁର ବ୍ଲକ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ରେଗେଡା ସରପଞ୍ଚ ଜୁଗୁଲୁ ଶବର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବର୍ଦ୍ଧିତ ଭତ୍ତା ଅର୍ଥ ଆକାରରେ ପ୍ରଦାନ କରିଥିଲେ । ଗୁଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଳନ ଓ ୮୦ବର୍ଷରୁ ଅଧିକ ବ୍ୟୟଜ୍ୟେଷ୍ଠଙ୍କ ଶ ୮୦ପ୍ରତିଶତରୁ ଅଧିକ ଦିବ୍ୟଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ ସହ ଆସନ୍ତା ମାସରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ହେବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମଟିକୁ ସାମାଜିକ ସୁରକ୍ଷା ସହାୟକ ଏବଂ ଡାଟା ଏଣ୍ଟ୍ରି ପରିଚାଳନା କରିଥିଲେ ।

0
0
0
s2sdefault