ବିଜେପୁର/ ସୁଶାନ୍ତ ସାହୁ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମ ର ଭବ୍ୟ ଯୋଗେଶ୍ୱର ମଠରେ ମହା ଆଡ଼ମ୍ବର ସହିତ ମକର ସଂକ୍ରାନ୍ତି ମେଳା ତିନି ଦିନ ଧରି ପାଳନ କରାଯାଇଛି ।ମକର ସଂକ୍ରାନ୍ତି ର ପ୍ରଥମ ଦିନରେ ଗ୍ରାମର ତଥା ଆଖପାଖ ଗ୍ରାମର ମହିଳା ଭକ୍ତ ମାନେ କଳସ ଯାତ୍ରା ରେ ସାମିଲ ହୋଇ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ରେ ଭକ୍ତିରସାମୃତ ହୋଇ ଯୋଗେଶ୍ୱର ମଠରେ କଳସ ସ୍ଥାପନ କରିଥିଲେ ଓ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ।ଉକ୍ତ ଦିନ ଭକ୍ତ ମାନେ ବକ୍ତା ମୁଖରୁ ଭାଗବତ ଗୀତା ଶ୍ରବଣ କରି ଭକ୍ତି ରସ ରେ ଅନୁପ୍ରାଣିତ ହୋଇଥିଲେ ।ଦ୍ଵିତୀୟ ଦିବସ ସୋମବାର ଦିନ ବରପାଲି ର ପାରାୟଣ ଦ୍ଵାରା ରାମାୟଣ ର ସୀତା ଚୋରୀ ଅଧ୍ୟାୟ ପରିବେଷିତ ହୋଇଥିଲା ଓ ତୃତୀୟ ଦିବସ ମଙ୍ଗଳବାର ଦିନ ଲକ୍ଷ୍ମୀପୁରାଣ କୁ ଅତି ନିଖୁଣ ଭାବରେ ଅଭିନୟ କରି ଅସଂଖ୍ୟ ଦର୍ଶକଙ୍କର ମନ ଜିଣି ନେଇଥିଲେ । ପ୍ରତ୍ୟେକ ଦିନରେ ଭକ୍ତ ମାନଙ୍କୁ ମକର ପ୍ରସାଦ ବଣ୍ଟା ଯାଇଥିଲା ଓ ଭକ୍ତ ମାନେ ଅତି ଆପ୍ୟାୟିତ ହୋଇ ସେବନ କରିଥିଲେ। ପରିଶେଷରେ କଳସ ଭସାଣ ଉତ୍ସବ ଅନୁଷ୍ଠିତ ହୋଇ ମକର ମେଳା ର ସମାପ୍ତି ଘଟିଥିଲା ଓ ଏଥିରେ ବରମୁଣ୍ଡା ଗ୍ରାମବାସୀ ପୂର୍ଣ୍ଣ ରୂପରେ ସହଯୋଗ କରି ମକର ମେଳା କୁ ସଫଳ କରିଥିଲେ ।
ରାଜ୍ୟ
ବରମୁଣ୍ଡା ଗ୍ରାମର ଭବ୍ୟ ଯୋଗେଶ୍ୱର ମଠରେ ମହା ଆଡ଼ମ୍ବର ସହିତ ମକର ସଂକ୍ରାନ୍ତି ମେଳା
- Hits: 81