ଅନ୍ତର୍ନିହିତ ଗୁଣ କୁ ଛାତ୍ରୀ ଛାତ୍ର ଆବିଷ୍କାର କରିବାକୁ ଆହ୍ଵାନ
ଖପ୍ରାଖୋଲ ୧୧/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ଦ୍ଵିତୀୟ ପୁରସ୍କାର ବିତରଣି ଉତ୍ସବ ବିଦ୍ୟାଳୟ ର ଅଧକ୍ଷ ବଳଭଦ୍ର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଦାନନ୍ଦ ପୁଝାରୀ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ, ସମ୍ମାନୀତ ଅତିଥି ରୂପେ ପଦ୍ମଶ୍ରୀ ଡ଼ ଜିତେନ୍ଦ୍ର ହରିପାଲ, ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା ଯୋଗଦେଇଥିଲେ। ଏହି ଅବସରରେ ଅଧକ୍ଷ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଅତିଥି ମାନେ ଛାତ୍ରୀ ଛାତ୍ର ମାନେ ନିଜଭିତରେ ଥିବା ଅନ୍ତର୍ନିହିତ ଗୁଣ କୁ ଆବିଷ୍କାର କରିବାକୁ ଆହ୍ଵାନ ଦେଇଥିଲେ। ସେହିପରି ଅଞ୍ଚଳର ଭାଷା, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ପାଇଁ ଆଗେଇଆସିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀ ଜ୍ୟୋତିର୍ମୟୀ ସେଲେମା, ତମନ୍ନା ପ୍ରଧାନ ସ୍ବାଗତ ସଙ୍ଗୀତ ସଙ୍ଗୀତ ଗାନ କରିଥିବା ବେଳେ ନବୀନ ବେହେରା, ଗଣେଶ୍ୱର ବେହେରା, ବୃନ୍ଦାବନ ବାରିକ, ଗୋବିନ୍ଦ ବାରିକ, ସରପଞ୍ଚ ଵେଟିଖାଇ ସେନ୍ଦ୍ରିୟା, ସୁନନ୍ଦା ଭୋଇ, ମଧୁସ୍ମିତା ସାହୁ, ଜୟରାମ ଭୋଇ, ସୁଷମା ବାରିକ, ଗୁଣ ସାହୁ , ନନ୍ଦକିଶୋର ବାଗ ପ୍ରମୁଖ କର୍ମଚାରୀ, ଅଧ୍ୟାପିକା ଅଧ୍ୟାପକ, ବରିଷ୍ଠ ନାଗରିକ, ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶେଷରେ ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।