ପଦ୍ମପୁର:- ଲାୟନ୍ସ କ୍ଲବ୍ ତରଫରୁ ଆଜି ମୁକ୍ତିରଥ ର ସେବା କାର୍ଯ୍ୟ ର ଶୁଭାରମ୍ଭ ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୁ ପ୍ରଥମ କରି ଲାୟନ୍ସ କ୍ଲବ୍ ସଭ୍ଯ ମାନଙ୍କ ଉପସ୍ଥିତିରେ ପଦ୍ମପୁର ରୁ ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ ଶରଧାପାଲି କୁ ମୁକ୍ତିରଥ ସେବା ଯୋଗାଇ ଦିଆଯାଇଛି । ଏହି ଦିନ ମୁକ୍ତିରଥ ର ଡ୍ରାଇଭର ଅନୁପସ୍ଥିତ ଥିବାରୁ ଲାୟନ୍ ସୌମ୍ଯଜିତ ପାଢୀ ଓ ଲାୟନ୍ ଶାଶ୍ଵତ ଦାଶ ଶବ ନେଇ ପଦ୍ମପୁର ରୁ ଶରଧାପାଲି କୁ ଯାଇଥିଲେ । ପଦ୍ମପୁର ଲାୟନ୍ସ କ୍ଲବ ସଭାପତି ଶ୍ରୀ ପ୍ରୀତମ ମେହେର, ସଦାନନ୍ଦ ପୁରୋହିତଙ୍କ ସମେତ ଅନ୍ଯ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ । ପଦ୍ମପୁର ଅଞ୍ଚଳରେ ପୁର୍ବରୁ ଶବ ବାହକ ଗାଡି ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଲାୟନ୍ସ କ୍ଲବ୍ ତରଫରୁ ମୁକ୍ତିରଥ ସେବା ଆରମ୍ଭ ହୋଇଥିବାରୁ ଗରିବ ଖଟିଖିଆ ଲୋକ ସହ ଅସହାୟ ବ୍ଯକ୍ତି ଏହା ଦ୍ଵାରା ଉପକୃତ ହୋଇପାରିବେ ବୋଲି ସଭାପତି ପ୍ରୀତମ ମେହେର କହିଥିଲେ । ଯାହାକି ଲାୟନ୍ସ କ୍ଲବର ଏହି ପଦକ୍ଷେପ ଅତ୍ଯନ୍ତ ପ୍ରଶଂସନୀୟ ଅଟେ ।
ରାଜ୍ୟ
ପଦ୍ମପୁର ଲାୟନ୍ସ କ୍ଲବ ର ପ୍ରଶଂସନୀୟ ପଦକ୍ଷେପ : ମୁକ୍ତିରଥ ର ସେବା କାର୍ଯ୍ୟ ହେଲା ଆରମ୍ଭ ।
- Hits: 719