ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମାଲଡୋଭାର ଶିକ୍ଷା ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତ ଓ ମାଲଡୋଭା ମଧ୍ୟରେ ଶିକ୍ଷା ଓ ଗବେଷଣା ସହଯୋଗ ସୁଗମ ହେବ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ମାଲଡୋଭାର ଶିକ୍ଷା ଏବଂ ଗବେଷଣା ମନ୍ତ୍ରୀ ଡାନ୍ ପର୍ସିୟୁନ୍ ଏବଂ ରାଷ୍ଟ୍ରଦୂତ ଆନା ଟବାନଙ୍କୁ ସାକ୍ଷାତ୍ ଆଲୋଚନା କରିଛନ୍ତି ।

ଏହି ଆଲୋଚନା କାଳରେ ଉଭୟ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଶୈକ୍ଷିକ ଏବଂ ଗବେଷଣା ସହଯୋଗକୁ ସୁଗମ କରିବା ଉପରେ ଫଳପ୍ରଦ ଆଲୋଚନା ହୋଇଛି । ବୈଠକ କାଳରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଚର୍ଚ୍ଚା କରିବା ସହ ଭାରତର ଶିକ୍ଷାକୁ ଅନ୍ତର୍ଜାତୀୟକରଣ ପାଇଁ ହେଉଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ ।

ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଭାରତ ନୂଆ ଠିକଣା ହୋଇଛି । ମାଲଡୋଭା ଓ ଭାରତର ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ, ଉଦ୍ଭାବକ ଏବଂ କର୍ମଚାରୀଙ୍କ ପାଇଁ ନୂତନ ସୁଯୋଗ ଅନ୍ୱେଷଣ କରିବା ପାଇଁ ସହଯୋଗ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ୍ କରିବା ଉପରେ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ ।

0
0
0
s2sdefault