ହେଡଲାଇନସ୍:

ସୋଆା ଓ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୨୬/୧୧: ପରସ୍ପର ସହଯୋଗିତାରେ ଗବେଷଣା ତଥା ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଓ ଛତିଶଗଡ଼ର ବିଳାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏଠାରେ ଶୁକ୍ରବାର ଏକ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି ।
ଏହି ରାଜିନାମା ଅନୁଯାୟୀ ଉଭୟ ବିଶ୍ୱବିଦ୍ୟାଳୟ ସହମତିରେ ବାୟୋମେଡିକାଲ୍, ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ଭଳି କ୍ଷେତ୍ରରେ ଗବେଷଣା କରିବେ ଓ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମରେ ଭାଗ ନେବେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଫେସର ସମ୍ବିତ କୁମାର ପାଢ଼ୀଙ୍କ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ତରଫରୁ ପ୍ରଫେସର ପାଢ଼ୀ ଏହି ରାଜିନାମାରେ ସ୍ୱାକ୍ଷର କରିଥିଲେ ।
ଉଭୟ ପକ୍ଷ ମିଳିତ ଭାବେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରିବା ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟ ମଧ୍ୟ ହାତକୁ ନେବେ । ଏହା ଛଡ଼ା ସୋଆର ଫ୍ୟାକଲ୍ଟି ଗରୁ ଘାସିଦାସ ବିଶ୍ୱବିଦ୍ୟାଳୟର ପିଏଚ୍ଡି ଛାତ୍ରଛାତ୍ରୀଙ୍କର ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିବେ ।
ଏହି ରାଜିନାମା ସ୍ୱାକ୍ଷର ହେବା ବେଳେ ସୋଆର ଫ୍ୟାକଲ୍ଟି ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍ସେସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଡିସ୍ନାଲ୍ ଡିନ୍ (ଏକାଡେମିକ୍) ପ୍ରଫେସର ଧୀରେନ୍ଦ୍ରନାଥ ଥାଟୋଇ, କେମିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର ସୁଜାତା ମିଶ୍ର, ଫିଜିକ୍ସ ବିଭାଗର ପ୍ରଫେସର ଏସ୍.କେ. କମିଲା ଓ ସୋଆର ଚିଫ୍ ଆଡମିନିଷ୍ଟେ୍ରଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ ।

0
0
0
s2sdefault