ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ଜାତୀୟ ଦୁଗ୍ଧ ଦିବସ ପାଳିତ
ଭୁବନେଶ୍ୱର,୨୬/୧୧/୨୦୨୪:ଦୁଗ୍ଧ ଉତ୍ପାଦନରେ ରାଜ୍ୟର ଗ୍ରାମୀଣ ବିକାଶ ପାଇଁ ସାମର୍ଥ୍ୟ ରହିଛିା ଦୁଗ୍ଧ ଉତ୍ପାଦନ ସହିତ ଚାଷୀ ଓ ମହିଳାଙ୍କ ବିକାଶ ଜଡ଼ିତ ଥିବାରୁ ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେଉଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତିା ଆଜି ପୂର୍ବାହ୍ନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ଆନୁକୂଲ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅଧିକ ସଂଖ୍ୟକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଛିା
ଓୟୁଏଟିର ଭେଟେରିନାରୀ କଲେଜ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ଯେ ରାଜ୍ୟରେ ଏବେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛିା ମୁଣ୍ଡିପିଛା ଦୈନିକ ୩୦୦ ମିଲି ଦୁଗ୍ଧ ଆବଶ୍ୟକ ଥିବା ସ୍ଥଳେ ଆମ ରାଜ୍ୟରେ ପ୍ରାୟ ୧୬୦ ମିଲି ଦୁଗ୍ଧ ଉତ୍ପାଦିତ ହେଉଛିା ସରକାର ଗୋପାଳନକୁ ପ୍ରାଧାନ୍ୟ ଦେଇ ନୂତନ ଭାବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତିା ଏହା ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରିବାର ଲକ୍ଷ୍ୟ ରଖାଯାଇଛିା ଗାଈ ଓ ମଇଁଷି ପାଳନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛିା ରାଜ୍ୟର ଗୋପାଳକ, ମହିଳା, ଉଦ୍ୟୋଗୀ ଓ ଯୁବକଯୁବତୀମାନଙ୍କୁ ଗୋପାଳନ ପ୍ରତି ଆକୃଷ୍ଟ କରିବ ଏବଂ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇ ଉଚ୍ଚତମ ସୋପାନରେ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶାପ୍ରକାଶ କରିଛନ୍ତିା
ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁଣି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ ଫାର୍ମ ଓ ଦୁଗ୍ଧ ପ୍ରକ୍ରିୟାକରଣୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛିା ପ୍ରାଣିଚିକିତ୍ସା ସେବା ପହଞ୍ଚାଇଦେବା ପାଇଁ ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସାୟୁନିଟ୍ କାର୍ଯ୍ୟ କରୁଛିା ରାଜ୍ୟର ଗୋପାଳକଙ୍କୁ ଅଧିକ ଲାଭବାନ କରିବା ପାଇଁ ଲିଙ୍ଗ ନିରୁପିତ ଶୁକ୍ର ମାଧ୍ୟମରେ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ କରାଯାଉଛି ଓ ଏହା ମାଧ୍ୟମରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରୀ ଜନ୍ମ ହୋଇ ଗୋପାଳକ ଲାଭବାନ ହେଉଛନ୍ତିା
ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଭାରତରେ ଶେ୍ୱତ ବିପ୍ଳବର ଜନକ ପଦ୍ମବିଭୂଷଣ ଡ. ଭର୍ଗିଜ୍ କୁରିୟେନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାନିବେଦନ କରିବା ସହିତ ଦୁଗ୍ଧ ଉତ୍ପାଦନ ଓ ଅଧିକ ଦୁUଚାଷୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସଚେତନତା ପ୍ରସାର ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିବାର ଦର୍ଶାଇଛନ୍ତିା
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ ଓମ୍ଫେଡର ୩୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଜରିଆରେ ପ୍ରାୟ ୩ ଲକ୍ଷ ଗୋପାଳକ ଉପକୃତ ହେଉଛନ୍ତିା ସେମାନଙ୍କୁ ଦାନାରେ ରିହାତି ଯୋଗାଇ ଦିଆଯାଉଛି ଏବଂ ଉନ୍ନତ ଗୋପାଳନ ପାଇଁ ତାଲିମ ଦିଆଯାଉଛିା ଗୋପାଳକମାନଙ୍କୁ ଘାସଚାଷ, ଟିକାକରଣ ଓ କୃମିନାଶନ ଇତ୍ୟାଦି ପାଇଁ ସହାୟତା ଯୋଗାଇ ଦିଆଯାଉଛିା
କାର୍ଯ୍ୟକ୍ରମରେ ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ଓମ୍ଫେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, ପ୍ରାଣିସମ୍ପଦ ବିଭାଗର ନିର୍ଦ୍ଦେଶକ ରାମାଶିଷ ହାଜରା, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଗୌତମ ପାତ୍ର, ଭେଟେରିନାରୀ କଲେଜର ଡିନ୍ ସୁଶେଣ କୁମାର ପଣ୍ଡା ଓ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଶୋକ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲୋ ଏହି କାର୍ଯ୍ୟକ୍ରମରେ ୨୫ ଜଣ ସଫଳ ଦୁଗ୍ଧଚାଷୀ ଓ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାା କେତେକ ଉଦ୍ୟୋଗୀ ଓ ଚାଷୀ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ପାଇଁ ସେମାନଙ୍କୁ ସଫଳତା ମିଳିଥିବା କଥା ଉଲ୍ଲେଖ କରିଥିଲୋ ପରେ ଆୟୋଜିତ ଏକ ବୈଷୟିକ ଅଧିବେଶନରେ ରାଜ୍ୟରେ ଦୁଧ ଉତ୍ପାଦନର ସ୍ଥିତି, ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧଚାଷୀଙ୍କ ବିକାଶ ନିମନ୍ତେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ପ୍ରାଣିସମ୍ପଦ ସ୍ୱାସ୍ଥ୍ୟସେବା ନେଇ ବକ୍ତାମାନେ ମତ ଉପସ୍ଥାପନ କରିଥିଲୋ