ମରୁଡିର ଶିକାର ହୋଉଛି ଚାଷୀ ସରକାରୀ ତଥ୍ୟରେ ଜଳସେଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେପୁର :- ସୁଶାନ୍ତ ସାହୁ ସରକାରୀ କାଗଜପତ୍ରର ତଥ୍ୟଠାରୁ ବାସ୍ତବତା ବହୁ ଦୂରରେ l ଗାଁରେ ମରୁଡି ହେଉଥିବା ବେଳେ କାଗଜପତ୍ରରେ ଜଳସେଚନ ହେଉଛି l ଫଳରେ ପ୍ରକୃତପକ୍ଷ୍ୟେ ମରୁଡିରେ କବଲିତ ହେଉଥିବା ଚାଷୀ ମରଡ଼ି ହେଉଛି ବୋଲି ଅଭିଯୋଗ କରିବାରୁ ମଧ୍ୟ ବଞ୍ଚିତ ହେବାର ଆଶଙ୍କା ଦେଖାଦେଲାଣି l ଏଭଳି ଚିତ୍ର ଦେଖିବା କୁ ମିଳୁଛି ବିଜେପୁର ଅଞ୍ଚଳରେ l ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏକ ତଥ୍ୟ ଅନୁସାରେ ଚଳିତ ଖରିବ ବର୍ଷରେ ବିଜେପୁର ବ୍ଲକ ରେ ମୋଟ ୧୨୯୦୫ ହେକ୍ଟର ଧାନ ଓ ୬୬୫ ହେକ୍ଟର ଅଣଧାନ ଅର୍ଥାତ ମୋଟ ୧୩୫୭୦ ହେକ୍ଟର ଫସଲ ଚାଷ ହୋଇଛି l କିନ୍ତୁ ବ୍ଲକର ମୋଟ ଜଳସେଚନ ଅଞ୍ଚଳ ୨୩୧୨୩ ହେକ୍ଟର ଦେଖାଯାଇଛି ଅର୍ଥାତ ଫସଲ ହୋଇଥିବା ଜମିଠାରୁ ଜଳସେଚନ ହେଉଥିବା ଜମିର ପରିମାଣ ଅଧିକ ରହୁଛି l ତେଣୁ ମୋଟ ଜଳସେଚିତ ଅଞ୍ଚଳ ମଧ୍ୟରେ ବୃହତପ୍ରକଳ୍ପରୁ ୭୫୫ କ୍ଷୁଦ୍ର ପ୍ରକଳ୍ପରୁ ୧୯୫୨ ଉଠାଜଳସେଚନରୁ ୪୦୮ ବୋରୱେଲ ରୁ ୪୨୩୦ ଡ଼ଗେୱେଲ ରୁ ୧୨୦ ଫାର୍ମପଣ୍ଡରୁ ୬୪ ଓ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥାରୁ ୫୧୦ ହେକ୍ଟର ଏବଂ ଗଙ୍ଗାଧର ମେହେର ମେଗା ଜଳସେଚନ ପ୍ରକଳ୍ପ ରୁ ୧୫୦୮୪ ହେକ୍ଟର ଜଳସେଚିତ ହେଉଥିବା ଜଣାଯାଇଛି l କିନ୍ତୁ ଜଳସେଚନ ତାଲିକାରେ ସାମିଲ ହୋଇଥିବା ଡ଼ଗୱେଲ ଫାର୍ମଫଣ୍ଡ ଆଦି ଆଉ କାମକୁ ଆସୁନାହିଁ l ଦ୍ୱିତୀୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟ ଅନେକାଂଶ ରେ ଅକାମି ରହିଛି l ତେଣୁ କିଭଳି ଭାବରେ ଏତେ ପରିମାଣରେ ଜମି ଜଳସେଚିତ ହେଲା ତାହା ଚାଷୀଙ୍କୁ ଚକିତ କରିଛି l ଚଳିତ ଖରିଫରେ ଗଙ୍ଗାଧର ମେହେର ମେଗା ଜଳସେଚନ ପ୍ରକଳ୍ପ ପାଣି ଛଡାଯାଇଛି l ଯଦି ଏହା ସଫଳ ହୁଏ, ତେବେ ବିଜେପୁର ର ଏକ ବୃହତ ଅଞ୍ଚଳ ପାଇଁ ଜୀବନରେଖା ସଦୃଶ ହେବ ବୋଲି ଚାଷୀ ମାନେ ଆଶା ବାନ୍ଧିଛନ୍ତି l ଅନ୍ୟପକ୍ଷରେ ଗଙ୍ଗାଧର ମେହେର ମେଗା ଜାଲସେଚନ ପ୍ରକଳ୍ପ ରୁ ବଞ୍ଚିତ ବ୍ଲକର ଏକ ତୃତୀୟାଶ ଜମିର ସ୍ଥିତି ସଂଗୀନ ରହିଛି l ମୋଟର ପମ୍ପ ତଥା ଅନ୍ୟନ୍ୟା ସାହାୟତା ରେ ପାଣିମଡ଼ାଇ ଧାନ କିଆରୀ ବଞ୍ଚାଇଵା ପାଇଁ ପ୍ରାଣପଣେ ଚାଷୀମାନେ ଉଦ୍ୟମ କରୁଛନ୍ତି l କିନ୍ତୁ ପାଖରେ ପାଣି ନଥିବା ଯୋଗୁ ଫସଲ କିଆରୀ ନଷ୍ଟ ହୋଉଛି l ଜଳସେଚନ ର ସଠିକ ତଥ୍ୟ ନ ହେଲେ ଆଗାମୀ ଦିନରେ ଧାନବିକ୍ରି, କ୍ଷତିପୂରଣ ଦାବି ସମେତ ବିଭିନ୍ନ ସମୟରେ ଚାଷୀ କ୍ଷତିର ସମ୍ଭୁଖିନ ହେବାର ସମ୍ଭାବନା ରହିଛି l ତେଣୁ ଚାଷୀଙ୍କ ପ୍ରକୃତ ଜଳସେଚନ ସୁବିଧା, ଧାନବିକ୍ରି ବ୍ୟବସ୍ଥାର ସୁ ପରିଚାଳନା ଆଦି ଦିଗରେ ସରକାର ତଥା ସମ୍ପୃକ୍ତ ବିଭାଗ ଦୃଷ୍ଟି ଦିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି l

0
0
0
s2sdefault