-
ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ, ପ୍ରତି ଜୀବନ ମୂଲ୍ୟବାନ
-
ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲା
-
ବିଜେଡି ଏବେ ବି ଏକ ନମ୍ବର ଦଳ, ଗତ ନିର୍ବାଚନରେ ଅଧିକ ଭୋଟ ପାଇଛି
ଭୁବନେଶ୍ୱର : :ଆଜି ଛାତ୍ରମାନଙ୍କ ପାଇଁ ବିଜୁ ଜନତା ଦଳର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନର ଓରିଏଣ୍ଟେସନ ପ୍ରୋଗ୍ରାମ ଓ ଦୁଇ ଦିନିଆ ଡିଜିଟାଲ ଭଲୁଣ୍ଟୀୟର କର୍ମଶାଳାଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଜୁ ଛାତ୍ର ଜନତା ଦଳ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ବିଜୁ ଛାତ୍ର ଦଳର ସଭାପତି ତଥା ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।
ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ଦଳର ଛାତ୍ର ସଂଗଠନ ଏହି କାର୍ଯ୍ୟକ୍ରମ ଆୟୋଜନର ନେତୃତ୍ୱ ନେଉ ଥିବାରୁ ନିଜର ଖୁସି ବ୍ୟକ୍ତ କରିବା ସହିତ ଆମର ଛାତ୍ରମାନେଆମ ଯୁବକମାନେହେଉଛନ୍ତି ମୋ ଦଳର ଭବିଷ୍ୟତ । ମୁଁ ସବୁବେଳେ କହି ଆସିଛି ଏବଂ ଆଜି ମଧ୍ୟ ଅନୁରୋଧ କରୁଛି ଯେ ଆପଣମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରୁହନ୍ତୁ ଓ ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ। ବିଜେଡି ସରକାର ଅମଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଭଲ ଭଲ ଯୋଜନାକୁ ବନ୍ଦ କରି ଦିଆଯାଇଥିବାରୁ ପିଲାମାନଙ୍କ ଭିତରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି।
ସେ କହିଥିଲେ, ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳରଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ପ୍ରତି ସଭ୍ୟ ହେଉଛନ୍ତି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ ।ଆପଣ ଜାଣନ୍ତିବିଜୁ ଜନତା ଦଳ ସରକାର ସମୟରେବହୁତ ଭଲ କାମ ହୋଇଛି । ଆମ ସରକାରଙ୍କ ଯୋଜନାଅନ୍ୟମାନଙ୍କ ପାଇଁଆଦର୍ଶ ହୋଇଛି । ଭାରତ ସରକାର ବିଆମର ଅନେକ ଯୋଜନାଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବାକେବେ ବିଆମର ଲକ୍ଷ୍ୟ ନ ଥିଲା । ବିକାଶ ଓ କଲ୍ୟାଣ ହେଉଛିଆମର ଲକ୍ଷ୍ୟ । ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି। ବହୁତ ଦୁଃଖର କଥା ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ। ବିଜେଡି ସରକାର ସମୟରେNFSAରୁ ବାଦ ପଡ଼ିଥିବା ସବୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା। ଆଶା କରୁଛି ବର୍ତ୍ତମାନର ସରକାର ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବେ। ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ।ପ୍ରତି ଜୀବନ ମୂଲ୍ୟବାନ।
ନବୀନ ଆହୁରି କହିଥିଲେ, ବିଜୁ ଜନତା ଦଳଓଡିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେଆମେ ଅଧିକ ଭୋଟ ପାଇଛୁ । ଆମର ଭୋଟ ପ୍ରତିଶତ ମଧ୍ୟ ଅଧିକ ।ବିଜୁ ଜନତା ଦଳଓଡିଶାବାସୀଙ୍କହୃଦୟରେ ଅଛି । ମୋର ଅନୁରୋଧ ଆପଣମାନେ ଓଡିଆ ସ୍ୱାଭିମାନର ସୁରକ୍ଷା ତଥା ଓଡିଆ ପରିଚୟକୁ ଉଜ୍ଜଳ କରିବା ପାଇଁ କାମ ଜାରି ରଖନ୍ତୁ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଛାତ୍ରମାନେ ଯୋଗ ଦେଇଥିଲେ। ଦଳର ସମସ୍ତ ବରିଷ୍ଠ ନେତା ଯଥାସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ, ବିଧାୟକ ଡଃ ଅରୁଣ କୁମାର ସାହୁ, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ଧ୍ରୁବ ସାହୁ,ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ମିଡିଆ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି ଓ ଡ଼ଃ ପ୍ରିୟବ୍ରତ ମାଝି ଏବଂପୂର୍ବତନ ମନ୍ତ୍ରୀ ତଥା ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ରାଜ୍ୟସଭା ସଦସ୍ୟ ମୁନା ଖାନ, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ସୁବାଶିଷ ଖୁଣ୍ଟିଆ ସହ ବରିଷ୍ଠ ନେତା ବିଜୟ ନାୟକ ପ୍ରମୁଖ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।