ହେଡଲାଇନସ୍:

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଓ ବଗପାଟିଆରେ ବାତ୍ୟା ସ୍ଥିତି ଅନୁଧ୍ୟାନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ଥିତି ନିୟନ୍ତ୍ରଣାଧୀନ, ପୁନଃରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି : ଶ୍ରୀ ସିଂହଦେଓ

ଭୁବନେଶ୍ଵର: ୨୫/୧୦/୨୦୨୪: ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା l

ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ବର୍ଷା, ପାଣି କାଦୁଅକୁ ଖାତିର ନ କରି ତାଳଚୁଆ ଓ ବଗପାଟିଆରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ, ପାନୀୟ ଏବଂ ସଠିକ ସରକାରୀ ସୁବିଧା ଲୋକମାନଙ୍କୁ ମିଳୁଛି କି ନାହିଁ ତାହାର ତଦାରଖ କରିଥିଲେ l
Imageଲୋକମାନେ ମଧ୍ୟ ସେମାନଙ୍କ ଅଭିଯୋଗ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଜଣାଇଥିଲେ l ଲୋକଙ୍କ ଅସୁବିଧାର ତୁରନ୍ତ ସମାଧାନ ପାଇଁ କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ବାତ୍ୟା ପରବର୍ତ୍ତୀ ପଦକ୍ଷେପ ଅନୁସାରେ ବିଦ୍ୟୁତ ସରବରାହ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତ୍ୟକ୍ଷରୂପେ କାର୍ଯ୍ୟର ତତ୍ୱାବଧାନ କରିଥିଲେ l ସେହିପରି ବାତ୍ୟା ଜନିତ ଫସଲ ହାନିର ସ୍ଥିତିକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗୀୟ କୃଷି ଅଧିକାରୀଙ୍କୁ ଆଦେଶ ଦେଇଥିଲେ l ଆଜି ରାତି ସୁଦ୍ଧା ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ସ୍ଵାଭାବିକ କରିବା ଲାଗି ମଧ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ l ଦିନ ୨ଟା ସୁଦ୍ଧା ପ୍ରାୟ ୧୦ ଲକ୍ଷ ଘରକୁ ବିଦ୍ୟୁତ ସରବରାହ ତ୍ଵରାନିତ ହୋଇଥିବାବେଳେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ପୁନଃରୁଦ୍ଧାର କରାଯାଇଛି l
Imageବାତ୍ୟାର ପ୍ରଭାବ ଥିବା ସତ୍ବେ ସମସ୍ତେ ଠିକ ଥିବା ଜାଣି ଅତ୍ୟନ୍ତ ସନ୍ତୋଷ ଅନୁଭବ କରିଥିଲେ ଏବଂ ସମସ୍ତେ ମିଳିମିଶି ବାତ୍ୟାକୁ ସଫଳତାର ସହ ମୁକାବିଲା କରିଥିବାରୁ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହି ଗସ୍ତ କାଳରେ ସାଥିରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା,କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ, ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault