ହେଡଲାଇନସ୍:

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।
ଚଳିତ ଅକ୍ଟୋବର ୨୮ ରିଖ ଠାରୁ ନଭେମ୍ବର ୩ ରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେବ। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଗଣେଶ ଚନ୍ଦ୍ର ପ୍ରଧାନ , ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ଖଣ୍ଡ ବ୍ରହ୍ମପୁର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , ଡିଏସପି ଦୁର୍ନୀତି ନିବାରଣ ବିଭାଗ ଶ୍ରୀ ବାସୁଦେବ ରାଓ ପ୍ରମୁଖ ଯୋଗ ଦେଇଥିଲେ।
ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଆୟୋଜିତ ଏହି ଆଭାସୀ ବୈଠକରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନେଇ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସପ୍ତାହ ଆରମ୍ଭ ଦିନ ଅକ୍ଟୋବର ୨୮ ତାରିଖ ଦିବା ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭି.ସି. ଜରିଆରେ ଶପଥ ପାଠ କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ , କର୍ମଚାରୀ , ଜନପ୍ରତିନିଧି ପ୍ରମୁଖ ସାମିଲ ହୋଇ ଶପଥ ପାଠ କରିବେ।
ମିଶନ ଶକ୍ତି ବିଭାଗ ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତାର ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ଗ୍ରାମ ସଭା ଆୟୋଜନ କରି ସଚେତନତା କରିବାକୁ ନିଷ୍ପତ୍ତି ନେବା ସହ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି।
ଏହି ବୈଠକରେ ଡେପୁଟି କଲେକ୍ଟର ଶ୍ରୀ ପ୍ରାନକୃଷ୍ଣ ପାଣଗ୍ରାହୀ , ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋରା ଚନ୍ଦ୍ର ପଟ୍ଟନାୟକ , ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଭାସୀ ବୈଠକରେ ଉପସ୍ଥିତ ଥିଲେ।

0
0
0
s2sdefault