ହେଡଲାଇନସ୍:

ବାତ୍ୟା ପରବର୍ତ୍ତୀ ପଦକ୍ଷେପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ମରାମତି କାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:୨୫/୧୦/୨୦୨୪: ଓଡ଼ିଶାରେ ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବା ପରେ ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବୈଦୁତିକ ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ DISCOM ଗୁଡ଼ିକ ଆବଶ୍ୟକ ମାନବ ସମ୍ବଳ ଓ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ଯୁଦ୍ଧକାଳୀନ ଭିତ୍ତିରେ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଜି ଅପରାହ୍ନ 2 ଟା ସୁଦ୍ଧା ପ୍ରାୟ ୧୦ ଲକ୍ଷ ଘରକୁ ବିଦ୍ୟୁତ ସରବରାହ ତ୍ୱରାନ୍ୱିତ ହୋଇପାରିଛି ଏବଂ ଆଜି ରାତି ସୁଦ୍ଧା ୯୦% ଘରକୁ ବିଦ୍ୟୁତ ସରବରାହ ପହଞ୍ଚାଇବା ଲକ୍ଷ୍ୟ ରହିଛି।
ବାତ୍ୟାରେ ପ୍ରଭାବିତ ହୋଇଥିବା ୧୦୬ ଟି ୩୩kv ଫିଡରରୁ ୭୨ ଟି ପୁନଃ କାର୍ଯ୍ୟକ୍ଷମ ହୋଇସାରିଛି । ପ୍ରଭାବିତ ହୋଇଥିବା ୨୦୧ଟି ପ୍ରାଥମିକ ସବ୍ ଷ୍ଟେସନ ମଧ୍ୟରୁ ୧୧୬ଟି ସବ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି । ସେହିପରି ବାତ୍ୟାରେ ପ୍ରଭାବିତ ହୋଇଥିବା ୯୦୯ଟି ୧୧ kv ଫିଡର ରୁ ୫୦୪ ଗୋଟି ଫିଡର ପୁନଃ କାର୍ଯ୍ୟକ୍ଷମ ହୋଇଛି । ତଦନୁସାରେ ୮୦୧୩୫ ଟି ଡ଼ିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ମଧ୍ୟରୁ ୩୯୯୦୩ ଗୋଟି ପୁନଃ କାର୍ଯ୍ୟକ୍ଷମ ହୋଇଛି । ପ୍ରାୟ ୧୧.୪ ଲକ୍ଷରୁ ଅଧିକ ଗ୍ରାହକଙ୍କ ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ ହୋଇପାରିଛି । ଏହି ସବୁ ପୁନଃରୁଦ୍ଧାର କାର୍ଯ୍ୟ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁଦ୍ଧକାଳୀନ ଭିତରେ କରାଯାଇଛି ।

0
0
0
s2sdefault