ହେଡଲାଇନସ୍:

ଭଞ୍ଜନଗର ଫୁଲବାଣୀ ରାସ୍ତାରେ ଗଞ୍ଜେଇ ସହ ବୋଲେରୋ ଜବତ,୪ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଏକ ବୋଲେରୋ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର-ଫୁଲବାଣୀ ଘାଇ ରାସ୍ତା ଦଣ୍ଡାସି ବନ୍ଦର ନିକଟରେ ଚଢ଼ାଉ କରି ୩୦ କେଜି ଗଞ୍ଜେଇ ସହ ଏକ ବୋଲେରୋ କୁ ଜବତ କରିଛି ଭଞ୍ଜନଗର ଅବକାରୀ ବିଭାଗ। ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଇଲାକାର କେଲାବ୍ ଦିଗାଲ,ରୋହନ ଦିଗାଲ,ଗଣେଷ ମଲ୍ଲିକ ଓ ଦିପକ ଦିଗାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏସ୍ .ଆଇ ଅଲିଭା ମାଝୀ ସୁଚନା ଦେଇଛନ୍ତି।

ସୁଚନାନୁସାରେ, ଗିରଫ ଚାରି ଜଣ ଏକ ବୋଲେରୋ ରେ ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଭଞ୍ଜନଗର ଅଭିମୁଖେ ଆସୁଥିଲେ।କୌଣସି ସୁତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ବିଭାଗ ଭଞ୍ଜନଗର-ଫୁଲବାଣୀ ରାସ୍ତା ର ଦଣ୍ଡାସି ବନ୍ଦର ନିକଟରେ ବୋଲେରୋ କୁ ଅଟକାଇ ତଲାସୀ କରିଥିଲେ। ତଲାସୀ ସମୟରେ ଗାଡି ମଧ୍ୟରୁ ଦୁଇଟି ଜରି ଅଖା ଭର୍ତ୍ତି ଗଞ୍ଜେଇ ବାହାରିଥିଲା। ପରେ ଗଞ୍ଜେଇ କୁ ଜବତ କରି ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।ଏହି ମାମଲାରେ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରି ଚାରିଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ସମେତ ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ,ଏସ୍ .ଆଇ ଅଲିଭା ମାଝୀ ଓ ସନାତନ ନାହାକ,ଜଗନ୍ନାଥ ମହାପାତ୍ର,ଶୁବଳ ପ୍ରଧାନ ଓ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ।

0
0
0
s2sdefault