ହେଡଲାଇନସ୍:

ବେଲଗୁଣ୍ଠାରେ ଗଜ ଲକ୍ଷ୍ମୀ ପୂଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ସହରର ହାଟପଦା,ଖଦାଳ ସାହି,ଧନିଜାପଲ୍ଲୀ ଏବଂ ଜଗନ୍ନାଥପ୍ରସାଦ ରୋଡ଼୍ ଛକରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ହାଟପଦା ପୂଜା ମଣ୍ଡପରେ ପୂଜକ ଭାବେ ପଣ୍ଡିତ ଦିବାକର ଆଚାର୍ଯ୍ୟ ଉପସ୍ଥିତ ଥିବାବେଳେ କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ,ସୁଶାନ୍ତ କୁମାର ବେହେରା, ଦିଲ୍ଲୀପ ସାହୁ ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I ସେହିପରି ଗାଙ୍ଗପୁର ନିକଟସ୍ଥ ବୋରୀରେ ମଧ୍ୟ ଧୁମଧାମରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି I ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ,108 ଦୀପଦାନ, ଭଜନ ସଙ୍କୀର୍ତ୍ତନ, ପ୍ରସାଦ ସେବନ ଭଳି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି I ପୂଜା ଦେଖିବା ସହ ପ୍ରସାଦ ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ପୂଜା ମଣ୍ଡପ ନିକଟରେ ସନ୍ଧ୍ୟା ସମୟରେ ଭିଡ଼ ଦେଖିବାକୁ ମିଳୁଛି I

0
0
0
s2sdefault