ହେଡଲାଇନସ୍:

କେନ୍ଦୁଭଟା ରେ ଏଫପିଓ ର କର୍ମକର୍ତ୍ତା ଙ୍କୁ ତାଲିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲେଟ/ମନ ଡନସନା - ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ତାଲିମ ଗୃହ ରେ କୃଷକ ଉତ୍ପାଦକ କମ୍ପାନୀ ର କର୍ମକର୍ତ୍ତା ନେଇ ଏକ ତ୍ରିଦୀଵସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତକାର୍ଯ୍ୟକ୍ରମ ରେ ବୁଢାସମ୍ବର, ବନସ୍ବତୀ, ସ୍ୱୟଂସିଦ୍ଧା, ମା ମଙ୍ଗଳା, ହରିଶଙ୍କର, ବଞ୍ଚାରେନ, ବଉଳା, ପାଟଣେଶ୍ୱରୀ, ବିମଲ ଓ ଗାନ୍ଧମାର୍ଦ୍ଦନ କୃଷକ ଉତ୍ପାଦକ କମ୍ପାନୀ ର ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ l ଏଥିରେ ନାବାର୍ଡ ବଲାଙ୍ଗୀର ର ଜିଲ୍ଲା ବିକାଶ ପ୍ରବନ୍ଧକ ବିବେକ କୁମାର ନାୟକ, ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝୀ, ତ୍ରିରଙ୍ଗା ଯୁବକ ସଂଘ ସମ୍ପାଦକ କୈଳାସ ସାହୁ ଉପସ୍ଥିତ ଥିଲେ l ତାଲିମଦାତା ଭାବେ ନନ୍ଦି କିଶୋର ଶାଣ୍ଢ ଯୋଗ ଦେଇ ଏଫପିଓ ର ବିକାଶ ଦିଗରେ ଆବଶ୍ୟକ ତଥ୍ୟ, ଜ୍ଞାନ, ବ୍ୟବସାୟ ଯୋଜନା ଉପରେ ତାଲିମ ପ୍ରଦାନ କରିଥିଲେ l ମଂଚାସୀନ ଅତିଥି ମାନେ ଆଗାମୀ ଦିନରେ ଏଫପିଓ ମାନେ ଯେପରି ଅଧିକ ଲାଭନ୍ୱିତ ହେବେ, ସେଉପରେ ଗୋଟିଏ ଏଫପିଓ ଗୋଟିଏ ଉତ୍ପାଦନ କୁ ଆପଣେଇ ବ୍ୟବସାୟ କୁ ଆଗକୁ ବଢ଼ାଇବାକୁ ପରାମର୍ଶ ଦେଇଥିଲେ l ଶେଷ ରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault