ହେଡଲାଇନସ୍:

ଗୁଣପୁର ସହରରେ ଧୁମ୍ ଧାମରେ ପାଳନ ମା ଗଜଲଷ୍ମୀ ପୁଜା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଗୁଣପୁର- ଧରାପୃଷ୍ଠରୁ ଜଗତଜନନୀ ମା’ ଦୁର୍ଗା ମେଲାଣି ନେବା ପରଠୁ ବୁଧୁବାର ରାତିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାୟଗଡ଼ା ଜିଲ୍ଲା ର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି।କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ କିଛି ବର୍ଷ ହେଲା ପ୍ରସିଦ୍ଧ ଲାଭ କରିଥିବା ଗୁଣପୁର ସହର ଚଳ ଚଞ୍ଚଳ ହୋଇ ଉଠିଛି। ସପ୍ତାହ ଧରି ଚାଲିବାକୁ ଥିବା ଗଜ ଲଷ୍ମୀ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଗୁଣପୁର ସହରର ତିନୋଟି ପୂଜା ମଣ୍ଡପ ମରାଠୀଗୁଡା, ବୃନ୍ଦାବତୀ ନଗର ଓ ରେଳ ଷ୍ଟେସନ ଛକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଥିବା ବେଳେ ତୋରଣ ଓ ମେଢ଼ କାମ ଆକର୍ଷଣୀୟର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ଵର୍ଣ୍ଣ ରୋପ୍ୟ ରଙ୍ଗର ମେଢ଼ ଅଳଙ୍କାର ସହିତ ବିଭିନ୍ନ ପୁଷ୍ପରେ ସଜ୍ଜିତ ମା ଙ୍କ ଆକର୍ଷଣୀୟ ଜୀବନ୍ତ ପ୍ରାୟ ମୃଣ୍ମୟୀ ମୃତ୍ତି ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବିମୋହିତ କରିଛି। ମାଙ୍କ ଆବାହାନି ପୂଜା ଯଜ୍ଞରେ ଗୁଣପୁର ଅଞ୍ଚଳ ପ୍ରଙ୍କପିତ ହୋଇ ଉଠିଛି। ପୂଜା ମଣ୍ଡପ ଗୁଡିକରେ ବ୍ରାହ୍ମଣ ଓ ପୁରୋଧା ମାନଙ୍କର ପବିତ୍ର ମନ୍ତ୍ରଧ୍ବନୀ ଓ ବୈଦିକ ରୀତି ଓ ଷୋଡ଼ଶ ଉପଚାରରେ ମା ଙ୍କ ପୂଜାର୍ଚ୍ଚନା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।। ସପ୍ତମ ବର୍ଷ ବୃନ୍ଦାବତୀ ନଗରରେ ବିବିଏନ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆୟୋଜନ ହୋଇଛି। ପୂଜକ ରୂପେ ପ୍ରକାଶ ରଥ , କର୍ତା ଭାବେ ଗୌରାଙ୍ଗ ପଣ୍ଡା ଓ ଶୈଳେନ୍ଦ୍ରୀ ପଣ୍ଡା ପାରମ୍ପରିକ ରୀତିରେ ପୂଜା ଅର୍ଚ୍ଚନା ଦାୟିତ୍ୱ ତୁଲାଉଛନ୍ତି। ପୂଜା କମିଟିର ସଭାପତି ଜଗନ୍ନାଥ ପଟ୍ଟନାୟକ, ସମ୍ପାଦକ ବୁଲୁ ପାଢ଼ୀଙ୍କ ପ୍ରତ୍ୟେକ୍ଷ ତତ୍ଵବୋଧନରେ ଆୟୋଜିତ ପୂଜା ଅଵସରରେ ନରସିଂହ ନାଥ ଶତପଥୀଙ୍କ ନିର୍ଦେଶନାରେ ରବିବାର ଦିନ ଅପେରା ସତ ଠୁ ସପନ ଅନେକ ଦୂର ମଞ୍ଚସ୍ତ ହେବ । ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ମୋନରଞ୍ଜନ ରଥ ଓ ସମ୍ପାଦକ ଶିବ ପ୍ରସାଦ ମିଶ୍ରଙ୍କ ସାନିଧୀରେ ୯ ଦିନ ପୂଜା ଆୟୋଜନ ହେଉଛି। ପୂଜକ ରୂପେ ନବୀନ ରଥ ଓ କର୍ତ୍ତା ଭାବେ ରାଧାକୃଷ୍ଣ ପଣ୍ଡା ଦାୟିତ୍ୱ ତୁଲାଉ ଥିବା ବେଳେ ପୂଜା ମଣ୍ଡପରେ ପ୍ରତିଦିନ ମଧ୍ୟାହ୍ନ ରେ ପ୍ରସାଦ ବିକ୍ରୟ ବ୍ୟବସ୍ଥା କରାଯାଇଛି। ମରାଠୀଗୁଡା ପୂଜା କମିଟି ପକ୍ଷରୁ ମୀନାବଜାର ସମେତ ଅନ୍ୟାନ୍ୟ କିସମର ଦୋକାନ ପସରା ମେଲିଛନ୍ତି। ପ୍ରତିଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଷ୍ଟେସନ ଛକ ଠାରେ ମଧ୍ୟ ଗଜଲଷ୍ମୀ ପୂଜା ଯାକଜକମରେ ଆୟୋଜନ କରାଯାଇଛି। ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଓ ଆଇନଜୀବୀ ଅକ୍ଷୟ କୁମାର ଶତପଥୀ ସଭାପତି ଓ ସମ୍ପାଦକ ରୂପେ ଲୋକନାଥ ସଡ଼ଙ୍ଗୀ ପୂଜକ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସନ୍ଧ୍ୟାରେ ପୂଜା ଦେଖିବାକୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଥିବା ଦେଖିବାକୁ ମିଳିଛି।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

0
0
0
s2sdefault