ହେଡଲାଇନସ୍:

ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ: ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡା ଅଞ୍ଚଳ ର ଏକ ଭଡ଼ା ଘରୁ ଜଣେ ଯୁବତୀ ଙ୍କ ମୃତ ଦେହ କୁ ଭବାନୀପାଟଣା ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ହେଲେ ଭବାନୀ ପାଟଣା ସଦର ଥାନା ଅନ୍ତର୍ଗତ ଜନକ ପୁର ଗ୍ରାମର ମନିସା ଗୌଡ ବୋଲି ଜଣା ପଡିଛି । ଦୁଇ ଜଣ ଭଉଣି ବାହାଦୁର ବଗିଚା ପଡା ର ଏକ ଭଡ଼ା ଘରେ ରହି ବଡ଼ ଭଉଣି ଏକ ଘାରୋଇ କମ୍ପାନୀ ରେ କାମ କରୁ ଥିଲେ । ଆଜି ସକାଳୁ ନିଜ ସାନ ଭଉଣି ଟିଉସନ ପଠାଇବା ପରେ ଘରେ ଏକା ଥିବା ବେଳେ ବେକ ରେ ଓଢ଼ଣୀ ଲଗାଇ ଶବ ଝୁଲୁ ଥିବା ଦେଖିବାକୁ ପାଇ ଥିଲେ ସାନ ଭଉଣି । ତେବେ ଖବର ପାଇ ଭବାନୀ ପାଟଣା ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖି ଥିବା ଜଣା ପଡ଼ିଛି । ତେବେ ଏହା ହତ୍ୟା ନା ଆତ୍ମ ହତ୍ୟା ତାହା ଜଣା ପଡି ନ ଥିବା ବେଳେ ଭବାନୀ ପାଟଣା ଟାଉନ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁ ଥିବା ଜଣା ପଡିଛି ।

0
0
0
s2sdefault