ହେଡଲାଇନସ୍:

ରେଞ୍ଜର ରୋଭର ବାହିନୀ ଦ୍ଵାରା ପୋଷାକ ସଂଗ୍ରହ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଣପୁର (ସେକ କୌସର ) ଏକ ଅଭିନବ ଚିନ୍ତାଧାରା କ୍ରମେ ପୁରୁଣା ପୋଷାକ ସଂଗ୍ରହ କରିବା ଓ ଦରକାର ଥିବା ଲୋକ ମାନଙ୍କ ମଧ୍ୟରେ ଏହା ବଣ୍ଟନ କରିବା ଭଳି ଏକ ଯୋଜନା ଗୋଦାବରୀଶ ମହାବିଦ୍ୟାଳୟ ର ରେଞ୍ଜର ଓ ରୋଭର ସ୍ବେଛାସେବୀ ମାନଙ୍କ ଦ୍ଵାରା ହାତକୁ ନିଆ ଯାଇଛି।ଏକମାସ ବ୍ୟପିଚଳିବାକୁ ଥିବା ଏହି କାର୍ଯ୍ୟ କ୍ରମକୁ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀ ବିନାୟକ ହୋତା ଉଦ୍ଘାଟନ କରିଥିଲେ ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ ଶୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ସହ ପ୍ରଶାସନିକ ଅଧିକାରୀ ଡ ସୁଜାତା ମିଶ୍ର,ରେଞ୍ଜର ଲିଡର ଶ୍ରୀ ଆଦିତ୍ୟ ସାରଥୀ ବେଦମତ୍ତା, ରୋଭର ଲିଡର ଅଧ୍ୟାପିକା ଉତ୍କଳିକା ପାଢୀଙ୍କ ସମେତ ଅନେକ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ଯେଉଁ ମାନେ ନିଜର କିଛି ପୁରୁଣା ବ୍ୟବହାର ଯୋଗ୍ୟ ପୋଷାକ ଏହି ଉଦ୍ଦେଶ୍ୟ ଦାନକରିବା ପାଇଁ ଚାହାନ୍ତି ସେମାନେ ଯେ କୌଣସି କାର୍ଯ୍ୟଦିବସରେ ଏହା ଦେଇ ପାରିବେ।ଠିକ୍ ସେଭଳି ଯେଉଁ ମାନେ ନବା ପାଇଁ ଇଛୁକ ସେମାନେ ମଧ୍ୟ ଏହି ଦିନ ମାନଙ୍କରେ ଏହି ସଂଗୃହିତ ପୁରାତନ ପୋଷାକ ସ୍ବେଛାସେବୀ ମାନଙ୍କଠାରୁ ନେଇ ପାରିବେ।

0
0
0
s2sdefault