ହେଡଲାଇନସ୍:

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ରେ ଡାବୁଗାଁ ରେ ମିଳିତ କ୍ରିୟାନୁଷ୍ଠାନ ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):( ସରକାରୀ ନିଯୁକ୍ତି ରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଡାବୁଗାଁ ରେ ମଧ୍ୟ ଅନୁରୂପ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳ ୬ ଘଣ୍ଟ ରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିବା ବେଳେ ଆଜି ଡାବୁଗାଁ ର ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ,କଲେଜ,ବ୍ୟାଙ୍କ୍,ତହସିଲ,ବ୍ଲକ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ମୁଖ୍ୟ ତାରିଣୀ ମନ୍ଦିର ଛକ ରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା। ଏଥିରେ ବ୍ଲକ ବିଜେଡି,କଂଗ୍ରେସ ଦଳ ସହ ଆଦିବାସୀ ଜନ ସୁରକ୍ଷା ମଂଚ, ୧୨ ଗୋଟି ପଞ୍ଚାୟତ ର ସରପଞ୍ଚ, ବେକାରୀ ଛାତ୍ରଛାତ୍ରୀ,ମୋଟର ୟୁନିୟନ ତଥା ବିଭିନ୍ନ ସଙ୍ଗଠନ ସାମିଲ ଥିଲେ। ମିଳିତ କ୍ରିୟାନୁଷ୍ଠାନ କମିଟି ର ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ଆମ ଜିଲ୍ଲା ର ବେକାରୀ ପିଲା ଆମରି ଜିଲ୍ଲାରେ ନିଯୁକ୍ତି ପାଇବା ଦରକାର। ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ରେ ନବରଙ୍ଗପୁର ଜିଲ୍ଲାର ଶିକ୍ଷିତ ବେକାରୀ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ନେଇ ଦାବୀ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହଜାର ହଜାର ପିଲା ଚାକିରି ଆଶାୟୀ ଥିବା ବେଳେ ସରକାର ସେମାନଙ୍କୁ ଅଣଦେଖା କରି ବାହାର ଜିଲ୍ଲା ପିଲାଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ କରିଥିଲେ। ରାଜ୍ୟ ସରକାର ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମତ ରଖିଥିଲେ। ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ସମୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର,ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଧନ ସିଂ ଭତରା, ଜନଜାତି ସୁରକ୍ଷା ମଞ୍ଚ ସଭାପତି ମହନ ସିଂ ଗଣ୍ଡ,ସମ୍ପାଦକ ରାଇ ସିଂ ପୂଜାରୀ,ବ୍ଲକ କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର,ଉପ ସଭାପତି ରାଜେନ୍ଦ୍ର ମିଶ୍ର, ମହୋନ ନାୟକ, ଫୁଲ ସିଂ ଜାନି, ତଥା ସରପଞ୍ଚ,ସମିତି ଓ ଶତାଧିକ ସଂଖ୍ୟାରେ ବେକାର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

0
0
0
s2sdefault