ହେଡଲାଇନସ୍:

୨୫ ଗୋଟି ସାଇଜ ଶାଳ କାଠ ଗାଡି ଜବତ କରିବା ସହ ଦୁଇଜଣ ଗିରଫ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଡ଼ାରି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ରେଞ୍ଜର ଦିଲୀପ କୁମାର ପଟ୍ଟନାୟଙ୍କ ନିର୍ଦ୍ଦେଶ କ୍ରମେ ରେ ଗୁଡ଼ାରି ବନପାଳ ହରିଶ୍ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ବନରଖି ଗୁରୁପ୍ରସାଦ ପାତ୍ର, ସିମାଞ୍ଚଳ ପଟନାୟକ,ପରା ଓ ଆଇପିସିଇଏ ସ୍କୁଆଡ଼ କରାସିଂ ଛକରେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସକାଳ ୫ ଘଣ୍ଟା ସମୟରେ କଦମା - ଲଦିଗୁଡା ପଟରୁ ଏକ ଧଳା ରଙ୍ଗର ମେକ୍ସପିକପ ଗାଡି ନମ୍ବର ଓଡ଼ି ୩୩ ଜେଡ ୮୧୪୦ ନମ୍ବର ବିଶିଷ୍ଟ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇଥିଲେ । ଗାଡିକୁ ତଦନ୍ତ ବେଳେ ୨୫ଗୋଟି ସାଇଜ ଶାଳ କାଠ ସହ ଗାଡି ଜବତ କରିବା ସହିତ ଦୁଇଜଣ ଡ୍ରାଇଭ ସହ ଗାଡି ମାଲିକ ଜୟନ୍ତ ପଲକା ୪୧ ଓ ସାହେବ ଗାଣ୍ଟା  ୨୭ ଗ୍ରାମ ସାକାରବାଜୁ l ଆସାମୀଙ୍କୁ ଗୁଡାରି ବନବିଭାଗ କେସ ନମ୍ବର ୧୦୭/୨୦୨୪-୨୫ ଅଣ୍ଡେର ସେକ୍ସନ ଓଟିଟି ରୁଲସ ୧୯୮୦ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଗୁଡାରି ବନାଞ୍ଚଳ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ।

 

0
0
0
s2sdefault