ହେଡଲାଇନସ୍:

୧୧ ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମୂହ ଖେଳ ଓ ଦୌଡଖୁଦ ପ୍ରତିଯୋଗିତା ଉଦଘାଟିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୧୧ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାଏକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ନବରଙ୍ଗପୁର ବିଧାୟକ ଙ୍କ ପ୍ରତିନିଧି ଶୁଭଜିତ ପାଣିଗ୍ରାହୀ, ଝରିଗାଁ ବିଧାୟକ ଙ୍କ ପ୍ରତିନିଧି ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା,ସମାଜସେବୀ ଏମ ଆପ୍ପା ରାଓ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ କୁମାର ପଟ୍ଟନାୟକ, ଏବିଇଓ ଭଗବାନ ମାଝୀ, ସାଂଗଠାନିକ ସମ୍ପାଦକ ପ୍ରଭାସ ଚନ୍ଦ୍ର ରାୟ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ମଶାଲ ସ୍ଥାପନ କରିବା ସହ ଦୁଇ ଦିନିଆ ସମୂହ ଖେଳ ଓ ଦୌଡ କୁଦ ପ୍ରତିଯୋଗିତା କୁ ଆନୁଷ୍ଠାନିକ ଉଦଘାଟନ ଘୋଷଣା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରନ୍ଧାରି କ୍ରୀଡାବିତ୍ ମାନଙ୍କୁ ଶିକ୍ଷା ସହ କ୍ରୀଡା କୁ ସମାନ ଗୁରୁତ୍ଵ ଦେବାକୁ କହିଥିଲେ। କ୍ରୀଡାବିତ୍ ମାନେ ଜିଲ୍ଲା , ରାଜ୍ୟ ସ୍ତର ଓ ଜାତୀୟ ସ୍ତର ଯାଇ ନିଜ ଅଞ୍ଚଳ ର ନାମ ଗର୍ବିତ କରିବା ସହ ସଫଳ କ୍ରୀଡାବିତ୍ ହେବା ନେଇ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖେଳକୁଦ ଓ ଶାରୀରିକ ବ୍ୟାୟାମ ଅପରିହାର୍ଯ୍ୟ ବୋଲି କହିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ୧୪ ଓ ୧୭ ବର୍ଷରୁ କମ ବାଳକ ବାଳିକା ଦୌଡ, ଲମ୍ବ, ଉଚ୍ଚ ଡିଆଁ, ହାତ ଗୋଳା ଫିଙ୍ଗା, ସଟ ପୁଟ ଓ ଭୋଲି ବାଲ ପ୍ରତିଯୋଗିତା ରେ ଭାଗ ନେବା କୁ ଥିବା ବେଳେ ଆଜି ଅନୁଷ୍ଠିତ କ୍ରୀଡା ପ୍ରତିଯୋଗୀତା ରେ କ୍ରୀଡା ଶିକ୍ଷକ ହେମନ୍ତ ସାମଲ,ବାସୁଦେବ ରଥ,ରଞ୍ଜନ ପରିଡା,ଉମାକାନ୍ତ ରଥ, ଏମ ଡି ଜାଉଲ ହୁସେନ,ସପନ ବୈରାଗି ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ସନ୍ତୋଷ ସାହୁ, ସିଆରସିସି ଗୁପ୍ତ ପ୍ରସାଦ ନାଗ,ହେମନ୍ତ ପଣ୍ଡା,ପ୍ରସନ୍ନ ଦଣ୍ଡସେନା,ଧନଞ୍ଜୟ ବଡ ଜେନା,ହେମେନ୍ଦ୍ର ବେହେରା,ଗୀତାଞ୍ଜଳି ବସ୍ତିଆ ସହ ବ୍ଲକ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

0
0
0
s2sdefault