ହେଡଲାଇନସ୍:

ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗାନ୍ଧୀଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଆଦର୍ଶ , ନୀତି , ବିଚାରଧାରାକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ସକାଶେ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମହାବିଦ୍ୟାଳୟର ଛାତ୍ରୀବୃନ୍ଦ ଏବଂ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମିଳିତ ସହଯୋଗରେ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବିଭିନ୍ନ କାଗଜ , ଠୁଙ୍ଗା , ପଲିଥିନ୍ , ବୋତଲ୍ , ଡାଳ , କ୍ଲାସ୍ ରୁମ୍ ଆଦିକୁ ସଫା କରି ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବା ଲାଗି ପ୍ରୟାସ କରିଥିଲେ।
ଶେଷରେ ନିଜ ପରିବେଶ ଓ ପରିସରକୁ ସଦାସର୍ବଦା ପରିଷ୍କାର ପରିଚ୍ଛନ୍ନ କରି ରଖିବା ପାଇଁ ଉପସ୍ଥିତ ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷା। ଏହି ସମସ୍ତ କାର୍ଯ୍ୟକ୍ରମକୁ ତ୍ରିଲୋଚନ୍ ସାର୍ , ଲାଲୀ , ଅଶୋକ , ଏଲ୍. ଦୁର୍ଯ୍ୟୋଧନ , କେ. ଦୁର୍ଯ୍ୟୋଧନ ପ୍ରଭୃତି ପରିଚାଳନା କରିଥିଲେ।

0
0
0
s2sdefault