ହେଡଲାଇନସ୍:

ହରିନାମ ସଂକୀର୍ତ୍ତନ ଓ ରାମନାମ ରେ ପ୍ରକମ୍ପିତ ଅଞ୍ଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଅସ୍ତରଙ୍ଗ୨୭/୩:ଶୁକ୍ରବାର ଦିନ ପବିତ୍ର ରାମନବମୀ ରେ ସମ୍ପୂର୍ଣ୍ଣ ଅସ୍ତରଙ୍ଗ ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଛି । ହରିନାମ ସଂକୀର୍ତ୍ତନ ଓ ରାମ ନାମ ରେ ପ୍ରତ୍ୟେକ ପୁରପଲ୍ଲୀ ରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିବା ବେଳେ, ଅସ୍ତରଙ୍ଗ ଅଞ୍ଚଳ ର ବହୁ ପୁରାତନ ମା ଉକୁଳେଇ ଦେଵୀ ଙ୍କ ନିକଟରେ ଥିବା ପ୍ରାଚୀନ ସିଦ୍ଧେଶ୍ୱର ଗାଦି ଙ୍କ ନିକଟରେ ବାବା ସିଦ୍ଧେଶ୍ୱର ଗାଦିବ୍ରହ୍ମ ଯୁବ ପରିଷଦ ଦ୍ୱାରା ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ପ୍ରାଚୀନ ପୌରାଣିକ ଗାଥା ଅନୁସାରେ ଏହି ସିଧେସ୍ୱର ଗାଦି ଙ୍କର ଅନେକ ମହିମା ରହିଛି,ଆବାହନ କାଳରୁ ଏଠି ଗାଦି ଗୋସେଇଁ ଙ୍କୁ ପୂଜା କରାଯାଇ ଆସୁଛି ଓ ଅନେକ ଦୁରାରୋଗ୍ୟ ଓ ଅନେକ ସମସ୍ୟା ରେ ଜଡିତ ବ୍ୟକ୍ତି ମାନେ ଗାଦି ଗୋସେଇଁ ଙ୍କ ନିକଟରେ ଭୋଗ ଓ ପୂଜାର୍ଚ୍ଚନା କରିବା ସହ ପାର୍ଥନା କଲେ ସେମାନଙ୍କ ମାନସିକ ପୂର୍ଣ୍ଣ ହୁଏ ବୋଲି ଲୋକ ଙ୍କ ଭିତରେ ଅନେକ ଶ୍ରଦ୍ଧା ଓ ବିଶ୍ୱାସ ରହିଛି । ଗୁରୁବାର ରାତ୍ର ସମୟରେ ଶ୍ରଦ୍ଧାଳୁ ମାନେ କଳସ ବୁଡେଇ ନାମ ଯଜ୍ଞ ବେଦୀ ରେ ସ୍ଥାପନ କରିଥିଲେ, ଅଭିଜ୍ଞ ବ୍ରାହ୍ମଣ ଗୋସେଇଁ ଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବା ପରେ ଆରମ୍ଭ ହୋଇଯାଇଛି ଅଖଣ୍ଡ ଅଷ୍ଟ ପ୍ରହର ନାମ ଯଜ୍ଞ । ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ଫୁଲ ରେ ଯଜ୍ଞ ବେଦୀ କୁ ସୁସଜ୍ଜିତ କରାଯାଇଛି, ଆଖ ପାଖ ଅଞ୍ଚଳ ର ମଣ୍ଡଳିଆ ମାନଙ୍କ ଦ୍ୱାରା ହରେ କୃଷ୍ଣ ହରେ ରାମ ନାମ ଯଜ୍ଞ ଅହୋରାତ୍ର ଚାଲି ଥିବା ବେଳେ,ସ୍ଥାନୀୟ ଲୋକ ମାନେ ନିଷ୍ଠା ରେ ରହି ବିଭିନ୍ନ ପ୍ରକାର ଭୋଗ ରାଗ କରିବା ସହ ଧୂପ ଦୀପ ନୈବେଦ୍ୟ ରେ ସମ୍ପୂର୍ଣ୍ଣ ଉକୁଳେଇ ଗ୍ରାମ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଠିକ ସେହିପରି ଅସ୍ତରଙ୍ଗ ହରଣୀଗୁଳା ଅଣଚମ୍ପା ନିକଟରେ ଦୀର୍ଘ ୪୩ ବର୍ଷ ରେ ପଦାର୍ପଣ କରିଛି ଶ୍ରୀ ରାମ ପାରାୟଣ । ପବିତ୍ର ବିଶ୍ଵାମିତ୍ର ଆଶ୍ରମ ପ୍ରାଚୀ ତଟ ରୁ ଭକ୍ତ ମାନେ ପାଣି ତୋଳି ଘଟ ସ୍ଥାପନ ପରେ ବୈଦିକ ପଣ୍ଡିତ ମାନଙ୍କ ଦ୍ୱାରା ପ୍ରତିଷ୍ଠା, ଅଙ୍କୁରାରୋପଣ, ଆଦି କାର୍ଯ୍ୟ ସହ ଶ୍ରୀ ରାମ ଚନ୍ଦ୍ର ଙ୍କର ପାରାୟଣ, ହନୁମାନ ଚାଳିଶା ପାଠ କରାଯାଇଛି ଓ ରାମଲାଲା ଙ୍କ ପୂଜାର୍ଚ୍ଚନା କରାଯାଇଛି । ଆଧୁନିକ ଯୁଗ ରେ ଆଧ୍ୟାତ୍ମିକତା କୁ ପ୍ରଚାର କରିବା ସହ ଆମ ର ସନାତନ ଧର୍ମ କୁ ଉଦ୍ଧାର କରିବା ପାଇଁ ବାବା ସିଦ୍ଧେଶ୍ୱର ଯୁବକ ପରିଷଦ, ଉକୁଳେଇ ରେନ୍ଦୁଅ ଗ୍ରାମ ବାସୀ ଙ୍କ ନିଆରା ପ୍ରୟାସ କୁ ସ୍ୱାଗତ କରିଛନ୍ତି ସାଧାରଣ ଲୋକ l

0
0
0
s2sdefault