ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ପକ୍ଷ୍ୟରୁ ଏମଭି ୫୮ ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସମ୍ପ୍ରତି ସ୍ଥିତିରେ ଦେଖା ଦେଉଥିବା ସାଇବର ସମ୍ପର୍କିତ ଠକେଇ ରୁ ନିବୃତ ରହିବା ପାଇଁ ସଚେତନ ହେବା, ବିଭିନ୍ନ ପ୍ରକାର ଡିଜିଟାଲ ଆରେଷ୍ଟ, ପାର୍ସଲ, ନକଲି ରୁଣ, ସରକାରୀ ଯୋଜନାର ଆର୍ଥିକ ସହାୟତା, ଚାକିରି ପ୍ରଦାନ ଆଳରେ ହେଉଥିବା ସାଇବର ଠକେଇ ରୁ ନିବୃତ ରହିବାକୁ ସଚେତନ କରାଯାଉଛି। ଏଥିସହ ପଡିଆ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଦ୍ୟପାନ, ଅନ୍ଧବିଶ୍ବାସ ଓ ଗୁଣିଗାରେଡ଼ି ଭଳି ଚିତ୍ର ଦେଖିବାକୁ ମିଳୁଥିବାରୁ ପ୍ରତ୍ୟେକ ଗୋଷ୍ଠୀ ନିଜନିଜ ଅଞ୍ଚଳରେ ଏହାକୁ ପ୍ରତିରୋଧ କରିବାକୁ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀ ଆହ୍ବାନ କରିଛନ୍ତି । ଏହି ବୈଠକରେ ଏସଆଇ ନିରୋଦ କୁମାର ବାଘ, ଏଏସଆଇ କେଶବ ଭତ୍ରା, ଏମଭି ୫୮ ଗ୍ରାମ ସଭାପତି ମନମୋହନ ମଣ୍ଡଲ, ପ୍ରଣିତ ମଜୁମଦାର, ରାମା ମାଡି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏମଭି ୫୮ ଗ୍ରାମର ପୂଜା କମିଟି ସଭାପତି ଶ୍ୟାମ ହାଲଦାର ଯୁବପିଢି ଙ୍କୁ ମଦ ପିଇ ଗାଡି ଚଳାଇବାରେ ନିବୃତ ରହିବାକୁ ଶପଥପାଠ କରାଇଛନ୍ତି ।
ରାଜ୍ୟ
ପଡିଆ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ।
- Hits: 7








